କାହା ସ୍ୱାର୍ଥ ରେ ଶ୍ରମ ବିଭାଗ ନିର୍ଯାତିତ ପରିବାର କୁ ନ୍ୟାୟ ମିଳିବ କେବେ ଗାଁ କୁ ଫେରୁଛନ୍ତି ବନ୍ଧକ ନାବାଳିକା ଝିଅ

ପାଟଣାଗଡ଼ ,ତା 5/2(AKN NEWS): ବେଲପଡା ବ୍ଲକ ସୁଲେକେଲା ଗାଁର ଦାଦନ ଶ୍ରମିକ କାହୁ ମଳିକ ର ଆଜି ଗାଁ ଶ୍ମାଶନ ରେ ଶେଷକାର୍ଯ୍ୟ ସମ୍ପନ୍ନ ହୋଇଛି |ଭୋର ସକାଳୁ ସାଥି ଭାଇ ଚାରିକାନ୍ଧ ଦେଇ ଗାଁ ଶ୍ମାଶନ କୁ ନେଇଥିଲେ |ଅନ୍ୟପଟେ ବନ୍ଧା ପଡ଼ିଥିବା ନାବାଳିକା ଝିଅ କୁ ଉଦ୍ଧାର କରିଥିବା ସୂଚନା ଦେଇଛି ପ୍ରଶାସନ |ଦାଦନ ଯାଇ ଶ୍ରମିକ ପରିବାର ର ଝିଅ ବନ୍ଧକ ଥିଲେ |ତେବେ ବେଆଇନ ଦାଦନ ଯୋଗୁଁ ଏପରି ହୋଇଥିବା ସୂଚନା ମିଳିଛି |ଅନ୍ୟପଟେ ଶ୍ରମିକ ମାନଙ୍କ ପାଇଁ ଦାୟିତ୍ୱ ରେ ଥିବା ଲେବର ଅଧିକାରୀ ମାନଙ୍କ କାମ କୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି |ବିଳମ୍ବରେ ପରିବାର ଲୋକଙ୍କ ପାଖକୁ ଯାଇ ମନଇଚ୍ଛା ତଦନ୍ତ କରିବା ଘଟଣା କୁ ଜୋରଦାର ବିରୋଧ କରିଛନ୍ତି ଗ୍ରାମବାସୀ |ଅକାଳ ରେ ଜଣେ ଦାଦନ ଶ୍ରମିକ ର ମୃତ୍ୟୁ ପରେ ଟଙ୍କା ପାଇଁ ଇଟାଭାତି ମାଲିକ ନିଜ ଝିଅ କୁ ଅଟକ ରଖିଥିବା ଘଟଣା ଭଳି ଏକ ସଙ୍ଗିନୀ ମାମଲା ରେ କାହିଁକି ଶ୍ରମ ବିଭାଗ ର ତତ୍ପରତା ଦେଖାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରିବାର |ଘଟଣା ଘଟିବାର ଦିନକ ପରେ ଆଜି ଗାଁ ପାଟଣାଗଡ଼ ଶ୍ରମ ନିରୀକ୍ଷକ ବିନୋଦ ବିହାରୀ ନାଏକ ଏବଂ ଅଶୋକ କୁମାର ଡ଼ୁମଡ଼ୁମ ପହଞ୍ଚିଥିଲେ |ମଧ୍ୟାହ୍ନ ସମୟ ରେ ଗାଁ ରେ ପହଁଚିଥିବା ବେଳେ କେବଳ ଫିର୍ମାଲିଟି ମେଣ୍ଟେନ କରିବାକୁ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇ ଫୋଟ ଉଠାଇ କାମ ସାରି ଦେଇଅଭିଯୋଗ ହେଉଛି |ମିଳିଥିବା ସୂଚନା ଅନୁସାରେ ଦୁଇ ମାସ ତଳେ ସୁଲେକେଲା ଗାଁର କାହ୍ନୁ ମଲିକ ନିଜର 4ଜଣ ସଦସ୍ୟ କୁ ସାଙ୍ଗରେ ନେଇ ଆନ୍ଦ୍ରପ୍ରଦେଶ ର ସାତ ନଗର ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ |ପେଟ ପାଟଣା ପାଇ ବାହାର ରାଜ୍ୟ କୁ ଦାଦନ ଖଟିକୁ ଯାଇଥିଲେ |ତେବେ ସେଠାରେ ସର୍ଦାର ଙ୍କ ଅତ୍ୟଧିକ କାମ ଯୋଗୁଁ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ |ତା ପରେ ମଧ୍ୟ୍ୟ ଦାଦନ ସର୍ଦାର ବାରମ୍ବାର ଶ୍ରମିକ ପରିବାର କୁ ର ନିର୍ଯାତନା ଦେଉଥୁଲା ଯା ଫଳରେ ସମ୍ପୂର୍ଣ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ |ତେବେ ଏନେଇ ସ୍ତ୍ରୀ ପ୍ରତିବାଦ ପରେ ରୋଗୀଣା ସ୍ୱାମୀ କୁ ଗାଁ କୁ ପଠାଇ ଦେଇଥିଲା ଦାଦନ ସର୍ଦାର |ସ୍ୱାମୀ, ସ୍ତ୍ରୀ ଓ ଦୃଷ୍ଟି ବାଧିତ ଝିଅ କୁ ଗାଁ କୁ ପଠାଇ ଦେଇ 11 ବର୍ଷର ନାବାଳିକା ଝିଅ କୁ ଅଟକ ରହିଛି ସର୍ଦାର |ଏନେଇ ପରିବାର ହାର ଗୁହାରି କଲେ ବି ଝିଅ କୁ ଛାଡୁ ନାହାନ୍ତି |ପରିବାର ଲୋକ ବାଧ୍ୟ ହୋଇ ନିଜ ଜମି କୁ ବନ୍ଧକ ର 50 ହଜାର ଟଙ୍କା ମଧ୍ୟ୍ୟ ଦାଦନ ସର୍ଦାର କୁ ପଠାଇଛନ୍ତି ତଥାପି ଝିଅ କୁ ଛାଡ଼ୁନାହାନ୍ତି |ଫଳରେ ରେ ଚିନ୍ତା ରେ ପରିବାର ଏବଂ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଏବେ କେମିତି ଚାଲିବେ ସେନେଇ ଚିନ୍ତା ରେ ପଡିଛନ୍ତି |ତେବେ ଏନେଇ ଖବର ପାଇବା ଘଟଣା ସ୍ଥଳ କୁ ଜିଲ୍ଲା ପରିଷଦ ଅନିମା ଦାସ ପହଂଚି ପରିବାର ଲୋକଙ୍କୁ କିଛି ଆର୍ଥିକ ସହାୟତା ଦେଇଥିବା ବେଳେ ପରେ ଘଟଣା ସ୍ଥଳ କୁ ବେଲପଡା ତହସିଲଦାର ବନ ବିହାରୀ ହରପାଳ, ପହଁଚି ରେଡ କ୍ରସ ପାଣ୍ଠି ରୁ 10 ହଜାର ଟଙ୍କା ଦେଇଛନ୍ତି |ଅନ୍ୟପଟେ ଚଳିତ ବର୍ଷ ହଜାର ହଜାର ଲୋକ ବେଆଇନ ଭାବେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ବେଳେ ପ୍ରତି ମାସ ରେ ଜଣେ ଶ୍ରମିକ ର ମୃତ ଦେହ ଗାଁ କୁ ଫେରୁଛି |ଯାହାକୁ ନେଇ
ସ୍ଥାନୀୟ ପୁଲିସ ର ଉଦ୍ଧାର -2 କାର୍ଯ୍ୟକ୍ରମ କୁ ନେଇ ସଂନ୍ଦେହେ ଉପୁଜୁଛି |
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


