ଓଡିଶା ଖବର

କିଣ୍ଡିରାରେ ୭୫ ତମ ବନ ମହୋତ୍ସବ ଅନୁଷ୍ଠିତ

କୁଚିଣ୍ଡା(AKN NEWS):କୁଚିଣ୍ଡା ବ୍ଲକ କିଣ୍ଡିରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ସଭା ଗୃହ ଓ ବଗିଚା ପରିସରରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ଵରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ମହାକୁଡ଼ ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ଅଲେଖ କୁମାର ପତି , ହାଡ଼ି ପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କରୁଣା ମୟୀ ଧନୱାର , ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟେଲ , ଉଦ୍ୟାନ ବିତ ରବୀନ୍ଦ୍ର କୁମାର ଶେଖର ବନମାଳୀ ନମଦେଓ, ଓ ବସନ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରକୃତି ର ଭାର ସମ୍ୟ ରକ୍ଷା ପାଇଁ ବନ ଓ ବନ୍ୟପ୍ରାଣୀ ର ସୁରକ୍ଷା ଜରୁରୀ ବୋଲି କହିଥିଲେ ।ଏହି ଅବସରରେ ପ୍ରକୃତି ବନ୍ଧୁ ସୁବାସ ନାୟକ ଓ ପୂର୍ବତନ ସାମାଜିକ ବନୀକରଣ ଫରେଷ୍ଟର ବନମାଳୀ ଙ୍କୁ ସ୍କୁଲ ପକ୍ଷରୁ ମାନପତ୍ର ,ଉତ୍ତରି ଓ ଚାରା ଦେଇ ସମ୍ମାନିତ କରାଯାଇଥିଲା । ଏହି ସ୍କୁଲର ଛାତ୍ର,ଛାତ୍ରୀ ଶୃତି ତ୍ରିପାଠୀ, ସୋନମ୍ ପଟେଲ,ଶ୍ରୀ ଓମ ପଟେଲ, ଚିନ୍ମୟ ପ୍ରଧାନ, ଯା ଜ୍ଞସେନି ସା ,ରିତେଶ ନାୟକ,ଆଦର୍ଶ ପଟେଲ, ରିତେଶ ସାହୁ,ଅନୁଷ୍କା ମହାପାତ୍ର,ପୀୟୂଷ ନାଏକ, ଆସିଶ ସିଂ, ଜଗ ମୋହନ ରକ୍ସା, ଶ୍ରେୟାନ୍ସ ସେଠୀ, ଅଙ୍କିତ ସିଂ,ସୋହାନି ସେନାପତି, ସୌମ୍ୟ ନାୟକ ଓ ଶୁଭଙ୍କର ଙ୍କୁ ବନ ମହୋତ୍ସବ ଶୀର୍ଷକ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କୃତ କରି ଥିଲେ । ଏହା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ମିଶ୍ର , ବରିଷ୍ଟ ଶିକ୍ଷୟିତ୍ରୀ ତୃପ୍ତି ରାଣୀ ଚୌଧୁରୀ ଙ୍କ ନେତୃତ୍ୱରେ ଅତିଥି ,ପ୍ରତି ଯୋଗୀ ତଥା ଶତାଧିକ ଛାତ୍ର ଛାତ୍ରୀ ମା ପାଇଁ ଗଛ ଟିଏ ଆହ୍ବାନ କୁ ସଫଳ କରିବା ପାଇଁ ସଭିଏଁ ଗୋଟିଏ ଲେଖାଏଁ ଚାରା ସ୍କୁଲ ବଗିଚାରେ ରୋପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!