କୁଟୁରାଚୁଆଁ ଜୁନିୟର କଲେଜ ରେ ବିପର୍ଯ୍ୟୟ ପ୍ରଶମନ ସଚେତନତା ସଭା

କୁଚିଣ୍ଡା ୨୫/୧୦ (AKN NEWS): କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ସଭାପତିତ୍ବ ରେ ଶୁକ୍ରବାର ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଓ କଲେଜ ର ରେଡ ରିବନ ଆନୁକୁଲ୍ୟରେ ବିପର୍ଯ୍ୟୟ ପ୍ରଶମନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସର ପ୍ରକୃତି ମିତ୍ର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ବିପର୍ଯ୍ୟୟ ପ୍ରଶମନ ର ମହତ୍ତ୍ବ ଓ ଉପାୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଯୁବ ରେଡକ୍ରସ ଦାୟିତ୍ବ ଥିବା ଅଧ୍ୟାପକ ସତ୍ୟନାରାରଣ ପଟେଳ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ବିପର୍ଯ୍ୟୟ ପ୍ରଶମନ ର ଉପାୟ ଓ ବିପର୍ଯ୍ୟୟ ସମୟରେ ଅଂଶଗ୍ରହଣ କରିଥିବା ର ଅଭିଜ୍ଞତା ବିଷୟରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଉଦ୍ଦେଶ୍ୟ ପ୍ରଦାନ କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ଦେଇଥିଲେ। ବିପର୍ଯ୍ୟୟ ପ୍ରଶମନ ବିଷୟରେ ହୋଇଥିବା ପ୍ରତିଯୋଗିତା ରେ କୃତିତ୍ବ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥୀଗଣ ଟ୍ରଫି ପ୍ରଦାନ କରିଥିଲେ। ଶେଷରେ ନେହେରୁ ଯୁବକେନ୍ଦ୍ର ର ଜାଜୀୟ ସ୍ବେଛାସେବୀ ସରୋଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞନ ନାଏକ,କିରାଣୀ ଭେଷଜ ଗରଡିଆ,ଅଣଶିକ୍ଷକ ଜୟଦେବ ରାଉତ,ଅସିମ କୁମାର ପରୁଆ ଓ ସମସ୍ତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ
ବ୍ୟୁରୋ ରିପୋର୍ଟ AKN NEWS


