ଓଡିଶା ଖବର

କୁଲେଇଗଡ଼ ଗ୍ରାମ ପଂଚାୟତ ଓ ନେହରୁ ୟୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

କୁଚିଣ୍ଡା 27/9/24(AKN NEWS): ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ଗାଁ ରେ ଗ୍ରାମ ପଂଚାୟତ ଓ ନେହରୁ ଯୁବକ କେନ୍ଦ୍ର ସମ୍ବଲପୁର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇ ଯାଇଛି ।କାର୍ଯ୍ୟକ୍ରମର ପ୍ରଥମ ଭାଗରେ ପ୍ ଏକ ସଚେତନ ସଭା ହୋଇ ଥିଲା । ସରପଞ୍ଚ ଶ୍ରୀମତୀ ନଳିନୀ କିସାନ ଙ୍କ ସଭାପତିତ୍ୱ ଓ ପଂଚାୟତ ନିର୍ବାହୀ ଅଧିକାରୀ କୁଞ୍ଜ ବିହାରୀ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ସୁବାଷ ଚନ୍ଦ୍ର ନାୟକ ସ୍ୱଚ୍ଛତା ହିଁ ଗ୍ରାମ ପଂଚାୟତ କୁ ସୁନ୍ଦର ଓ ସ୍ୱାସ୍ଥବାନ କରି ପରିବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ସହାୟିକା ସୁନିତା ମେହେର, ଵି ଏଲ ଓ ସୁବାଷ ପଣ୍ଡା, ଏ ଡି ଇ ଓ ସଚିକାନ୍ତ ପଧାନ, ଯୁବ କେନ୍ଦ୍ରର ପୂର୍ବତନ ଜାତୀୟ ସ୍ବେଛା ସେବୀ ତଥା ୱାର୍ଡ ସଭ୍ୟ ସରୋଜ ମେହେର , ଅଙ୍ଗନବାଡି କର୍ମୀ ପ୍ରଭାତୀ ପଟେଲ, ଶାନ୍ତି ଲତା କୁମୁରା ପ୍ରମୁଖ ଯୋଗ ଦେଇ ଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ ସ୍ଲୋଗାନ ସହ ଏକ ଶୋଭାଯାତ୍ର କରା ଯାଇ ଥିଲା।ଏଥି ସହ ପଂଚାୟତ କାର୍ଯ୍ୟାଳୟ ପରିସର କୁ ଝାଡୁ ଧରି ସଫା କରା ଯାଇଥିଲା। ପରେ ପଂଚାୟତ ର ଗ୍ରାମୀଣ ଉଦ୍ୱାନ ରେ ବୃକ୍ଷମୁଖ୍ୟ ଅତିଥି ଓ ଅନ୍ୟମାନେ ଚାରା ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୱାର୍ଡ ସଭ୍ୟା ଜୟନ୍ତୀ ସୁନାନୀ, ଟିକେଶ୍ୱରୀ ନାଏକ, ସାବିତ୍ରୀ ଛତ୍ରିଆ, ସଉକି ମାଝୀ, ଜହ୍ନବି ମାଝୀ, କୁନ୍ତଳା ଭୁକ୍ତା, ପୂର୍ଣମୀ ରାଏ, ମିଥିଲା ପଟେଲ, ସବିତା କିସାନ, ନରୋତ୍ତମ ଖଡିଆ, ମନୋଜ ରାଏ, ବିହାରୀ ସୁନାନୀ, ହିମାଂଶୁ କିସାନ ବିନୟ ମାଝୀ, ମୁକେଶ ବାଘ, ନମିତା ସୁନାନୀ, ରିନା ସୁନାନୀ, ପ୍ରୀତି ବାଙ୍କଡା, ମନ୍ଦାକିନୀ ମେହେର,ଡଲି ସୁନାନୀ, ଖୁଜାର ଜୟପୁରିଆ, କଲ୍ୟାଣ ବାଦୀ, ଜୟ କୁମାରୀ ଭାଇଁସା, କିଆ ଷଣ୍ଢ, ହାରପ୍ରସାଦ କିସାନ, ଦୀନବନ୍ଧୁ ବଗର୍ତ୍ତୀ,ସୁରଥ ସାହୁ, ଯୌତୁକ ଦେହୁରୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!