ଓଡିଶା ଖବର

କୁଲେଇଗଡ଼ ପାହାଡ଼ରେ ତୃତୀୟ ଚରଣ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

କୁଚିଣ୍ଡା 16/8/(AKN NEWS): ଆଜି କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ଗାଁ ର ଭେଡେନ ନଦୀ ନିକଟରେ ଥିବା ପାହାଡ଼ ରେ ତ୍ରୖ୍ଷୀୟ ଚରଣ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଇ କାର୍ଯ୍ୟକ୍ରମ ପ୍ରକୃତି ବନ୍ଧୁ ସରୋଜ ମେହେର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଶିଷ୍ଟ ପରିବେଶବିତ ତଥା ପ୍ରକୃତି ବନ୍ଧୁ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଯୋଗାଣ ସହାୟିକା ସୁନିତା ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଗାଁର ସୌଦାମିନୀ ମେହେର, ମନ୍ଦାକିନୀ ମେହେର, ଡମ୍ବରୁଧର ମେହେର, ଲଷ୍ମୀ ବାଦୀ, ଲେଖିକା ମେହେର ମନୋଜ ମେହେର, ଅଲିଶା ପେଣ୍ଠେଇ, ଆଶା ଜରଡିଆ, ପ୍ରଜ୍ଞାନ ଛତ୍ରିଆ, ଶ୍ରୀମାଞ୍ଜଳି ଭଇଁସା, ଟଙ୍କଧର ଷଣ୍ଢ, ଭୂମିଲତା ମେହେର,ଧନୁର୍ଜ ମେହେର, ଠୁଲେଶ୍ୱର ଷଣ୍ଢ,ନମିଲତା ମେହେର, ଜିତେନ୍ ମେହେର, ପଦ୍ମାବତୀ ମେହେର ଙ୍କ ସହ ଅନେକ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ପ୍ରାୟ ଦେଢ଼ ଶହ ଚାରା ରୋପଣ ରେ ଯୋଗ ଦେଇଥିଲେ। ଶେଷରେ ସତ୍ୟମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!