ଓଡିଶା ଖବର

କୃଷ୍ଣ ପ୍ରସାଦ ଗଡ ଦଳବେହେରା ସାହିରେ ଶ୍ରୀ ଶ୍ରୀ ଗାଦିଶ୍ୱର ଦେବଙ୍କ ପବିତ୍ର ମେରୁ ପର୍ବ ଅନୁଷ୍ଠିତ ହୋଇଯାଇଛି

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ଦଳବେହେରା ସାହିରେ ଶ୍ରୀ ଶ୍ରୀ ଗାଦିଶ୍ୱର ଦେବଙ୍କ ପବିତ୍ର ମେରୁ ପର୍ବ ମୁଖ୍ୟ ପୂଜକ ଶ୍ରୀ ବିରଞ୍ଚି ନାରାୟଣ କେଶରୀ ଙ୍କ ପରାମର୍ଶ କ୍ରମେ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଶ୍ରୀ ଗାଦିଶ୍ୱର ଦେବ କାଳିକା ମାତାଙ୍କୁ ସଙ୍ଗତରେ ନେଇ ୨୧ ଦିନ ପର୍ଯ୍ୟନ୍ତ ଦଣ୍ଡ ନୃତ୍ୟ ସହ

ଗ୍ରାମ ଭ୍ରମଣରେ ପରିକ୍ରମା କରି ମାନସିକ ଧାରି ଭକ୍ତ ମାନଙ୍କର ଦୁଃଖକୁ ଲାଘବ କରିଥାନ୍ତି । ଏବଂ ମେରୁ ଦିନକୁ ମହାପ୍ରଭୁ ଙ୍କ ଉଜାପନି ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ଗାଦିଶ୍ୱର ଦେବ ନିଜ ପୀଠ ସ୍ଥଳକୁ ଯାଇ ମେରୁ ବ୍ରତ କରିଥିବା ବ୍ରତ ଧାରୀଙ୍କ ଦୁଃଖ ଦୂର କରିଥାନ୍ତି । ପୌରାଣିକ ମତ ଅନୁସାରେ ଏହି ବ୍ରତ କରିବା ଦ୍ୱାରା ଭକ୍ତ ମାନଙ୍କର ସର୍ବ ମନବାଞ୍ଛା ପୂରଣ ହେବା ସଙ୍ଗେ ସଙ୍ଗେ ରୋଗ ଶୋକ ମଧ୍ୟ ଦୂର ହୋଇଥାଏ । ଏଥି ସହିତ ଆଜକୁ ପ୍ରାୟ ୧୦୮ ବର୍ଷ ଧରି ଚାଲି ଆସୁଥିବା ଏହି ଦିବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ସହିତ ଅସହ୍ୟ ଖରା ଗରମ କୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ଗାଦିଶ୍ୱର ଦେବଙ୍କ ମାର୍ଫଦାର ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନାଙ୍କ ଏବଂ ମ୍ୟାନେଜର ସୁବାସ ସ୍ୱାଇଁଙ୍କ ନେତୃତ୍ବରେ ସମସ୍ତ ପ୍ରକାର ଶୁ ବ୍ୟବସ୍ଥା କରାଯାଇଥିଲା ଏଥି ସହିତ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଏବଂ ଯୁବକ ସଂଘ ଙ୍କ ମିଳିତ ସହଯୋଗରେ ମେରୁ ପର୍ବ ସୁଚାୁରୂପେ ସଂପାଦନ ହୋଇଥିଲା ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!