କୃଷ୍ଣ ପ୍ରସାଦ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ଦିବସ ପାଳନ ହୋଇ ଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ତା- ୨୨-୦୯ ୨୫ ସୋମବାର ଦିବା ୧୦ ଘଟିକା ସମୟରେ ANM ବିଦୁଲତା ପରିଡ଼ା CHO ସ୍ନିଗ୍ଧା ଗଡୁ ଓ ସଞ୍ଜୟ ସାର୍ ଙ୍କ ନେତୃତ୍ବରେ କୃଷ୍ଣ ପ୍ରସାଦ ଗଡ ବାତ୍ୟା ଆଶ୍ରୟ ସ୍ଥଳ ନିକଟରେ ନାରୀ ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କୃଷ୍ଣ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା କର୍ମୀ କାଦମ୍ବିନୀ ଦାସ, ମମତା ଜେନା, ସୁକାନ୍ତି ପାତ୍ର, ଏବଂ ଅଙ୍ଗନୱାଡି କର୍ମୀ ରଜନୀ ବାଳା ନାୟକ,ମମତା ସେଠୀ, ଛବିରାଣୀ ଜେନାଙ୍କ ସହଯୋଗରେ କୃଷ୍ଣ ପ୍ରସାଦ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ ପ୍ରାୟ ତିନିଶହ ରୁ ଉର୍ଦ୍ଧ ମହିଳା ମାନେ ଯୋଗ ଦେଇ ସ୍ବାସ୍ଥ୍ୟ ସେବା ପାଇବା ସହିତ ବିପି ସୁଗାର ଟେଷ୍ଟ କରାଯାଇଥିଲା । ଏଥି ସହିତ ନାରୀ ମାନଙ୍କର କିଭଳି ଭାବରେ ସ୍ବାସ୍ଥ୍ୟ ସଦା ସର୍ବଦା ଠିକ୍ ରହିବ ସେ ଉପରେ ଆଲୋଚନା ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


