କୃଷ୍ଣ ପ୍ରସାଦ ଦଳବେହେରା ସାହିରେ ବାବା ଗଜାନାନଙ୍କ ପୂଜା ବେଶ୍ ଧୁମ ଧାମରେ ପାଳିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ବାବା ଗଣପତି ପୂଜା କମିଟି ଦଳବେହେରା ସାହି ଆନୁକୁଲ୍ୟରେ ବାବା ଗଜାନନଙ୍କ ପୂଜା ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଶ୍ରୀଯୁକ୍ତ ସୁରେନ୍ଦ୍ର ମିଶ୍ର ଯଥା ବିଧି ପୂଜା କରିବା ସହିତ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ ଏବଂ କର୍ତ୍ତା ଭାବରେ ଶ୍ରୀଯୁକ୍ତ ପ୍ରକାଶ ଜେନା ଉପସ୍ଥିତ ରହି ପୂଜା କର୍ମରେ ସହଯୋଗ କରିଥିଲେ । ଏଥି ସହିତ ସଭାପତି ଲିବୁ ଜେନା,ସମ୍ପାଦକ ମଣ୍ଟୁ ଜେନା ଙ୍କ ନେତୃତ୍ବରେ ବିଗ୍ନ ବିନାସକଙ୍କ ପୂଜା ସୁଚାୁରୂପେ ସଂପାଦନ ହୋଇଥିଲା ଏବଂ ଦ୍ୱିତୀୟ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଶୁ ଡ଼କ୍ଟର ସୁଜାତା ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଅବସର ସେନା ଅଧିକାରୀ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ବାରିକ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର ଜେନା ଯୋଗ ଦେଇ ପୂଜା କିଭଳି ଭାବରେ ଆହୁରି ଉନ୍ନତ ଧରଣର ହୋଇ ପାରିବ ସେ ସମ୍ପର୍କିତ ଶୁ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସାମ୍ବାଦିକ ଦୁର୍ଗା ଚରଣ ସ୍ବାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ବୁଲୁ ସ୍ବାଇଁ,ସହ ସମ୍ପାଦକ ପିଣ୍ଟୁ ତରେଇ ଙ୍କ ସମେତ ସର୍ବେଶ୍ଵର ଜେନା ରାଜେଶ ଗୌଡୁ ବିଭୂତି ଭୂଷଣ ଜେନା ମନୋଜ ଜେନା ଅମର ସ୍ବାଇଁ, ଅକ୍ଷୟ ଜେନା, ଙ୍କ ସହିତ 30ରୁ ଉର୍ଦ୍ଧ ସଦସ୍ୟ ମାନେ ଉପସ୍ଥିତ ରହି ବିଗ୍ନ ବିନାସନଙ୍କ ପୂଜା କାର୍ଯ୍ୟ ନିଷ୍ଠାପର ଭାବରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପାଦନ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


