ଓଡିଶା ଖବର

କୃଷ୍ଣ ପ୍ରସାଦ ବ୍ଲକରେ ପଣା ଯାତ୍ରା ମହୋତ୍ସବ ୨୦୨୫ ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି । 

Mପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଦେଉଳ ପଡ଼ା ଗ୍ରାମ ମଧ୍ୟରେ ବିଦ୍ୟମାନ ପାରିକୁଦର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ କମଳେଶ୍ୱର ଦେବଙ୍କ ମନ୍ଦିର ପରିସର ମଧ୍ୟରେ ଥିବା ପଣା ଯାତ୍ରା ପଡିଆ ରେ ଆଜକୁ ପ୍ରାୟ ୭୮ବର୍ଷ ଧରି ଚାଲି ଆସୁଥିବା ଏହି ପଣା ଯାତ୍ରା ମହୋତ୍ସବ ଓଡ଼ିଶାର ଦ୍ୱିତୀୟ ବାଲି ଯାତ୍ରା ନାମରେ ନାମିତ । ଏହି ଅବସରରେ ପ୍ରଥମ ଦିନ ୧୮ ଠାକୁର ସୁସଜ୍ଜିତ ବିମାନରେ ପାଟ ପଟୁଆର ସହିତ ଆସି ପୂଜା ମଣ୍ଡପରେ ବିଦ୍ୟ ମାନ ହୋଇଥାନ୍ତି । ଏବଂ ସାତ ଦିନ ଧରି ଯଥା ବିଧି ପୂଜା ଅନୁଷ୍ଠିତ କରାଯାଇଥାଏ । ତତ୍ ସହିତ ଉଜାପନ ଦିବସରେ ସମସ୍ତ ଠାକୁର ମାନଙ୍କୁ ନେଇ ଭକ୍ତ ଏବଂ ଭଗବାନ ଙ୍କ ମେଳଣ ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଏହି ଦିବ୍ୟ ଆଧ୍ୟାତ୍ମିକ ମେଳଣ ଯାତ୍ରା ଦେଖିବା ପାଇଁ ଠାକୁରଙ୍କ ଚତୁର୍ପାର୍ଶ୍ଵ ବିଶାଳ ଜନ ସମୁଦ୍ର ରେ ପରିପୂର୍ଣ ହୋଇ ଯାଇଥାଏ । ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର

ମଜା ନେବା ପାଇଁ ଏବଂ ମନୋରଞ୍ଜନ ନିମିତ୍ତ ପ୍ରତେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥାଏ । ୩୫ ମୌଜା କମିଟି ଆନୁକୁଲ୍ୟରେ ଗଢି ଉଠିଥିବା ଏହି ବିଶାଳ ଅନୁଷ୍ଠାନ ପଣା ଯାତ୍ରା ମହୋତ୍ସବ ଅନୁଷ୍ଠାନର ସଭାପତି ଓ ସଂପାଦକ ତଥା କମିଟିର ସମସ୍ତ ସକ୍ରିୟ ସଭ୍ୟ ମାନଙ୍କ ଉପସ୍ଥିତିରେ ଏବଂ ପ୍ରଭୁ ଶ୍ରୀ ଶ୍ରୀ କମଳେଶ୍ୱର ଦେବଙ୍କ ଅପାର କରୁଣା ରେ ବେଶ୍ ଶୃଙ୍ଖଳାର ସହିତ ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଚାଲୁ ରହିଛି । ଏଥି ସହିତ ଅନେକ ଜିଲ୍ଲାରୁ ବହୁ ବ୍ୟବସାୟୀ ମାନେ ଆସି ବେପାର ବଣିଜ କରି ଭଲ ଦୁଇ ପଇସା ରୋଜଗାର କରନ୍ତି ଏବଂ ଖୁସି ମନରେ ଘରକୁ ଫେରି ଥାଆନ୍ତି ।

କୃଷ୍ଣ ପ୍ରସାଦ ବ୍ଲକ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ                               AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!