ଓଡିଶା ଖବର

କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ଜାତୀୟ ପୋଷଣ ମାସ କର୍ମଶାଳା 

(AKN NEWS): କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ଜାତୀୟ ପୋଷଣ ମାସ କର୍ମଶାଳା ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ତରଫରୁ ‘ଜାତୀୟ ପୋଷଣ ମାସ ଓ ମାଆଙ୍କ ନାମରେ ଗୋଟିଏ ଗଛ ‘ ଶୀର୍ଷକ ଏକ ସଚେତନତା କର୍ମଶାଳା ଜୁନାଗଡ଼ ବ୍ଲକ ର ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି l କ୍ଷେତ୍ର ପ୍ରଚାର ଅଧିକାରୀ ଖଗେଶ ବାଇପାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ କୁ ଜୁନାଗଡ଼ ବ୍ଲକ ଚ୍ୟାୟାରମେନ ଶ୍ରୀମତୀ ସବିତା ମେହେର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜୁନାଗଡ଼ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୈଳଜା ଦାସ, ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାର୍ଲକୂଟ ର ଅଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡା, ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁରୋଗ ବିଭାଗ ଡାକ୍ତର ଭଗବାନ ପଣ୍ଡା, ଚିଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭମ ପ୍ରଧାନ, ସ୍ଥାନୀୟ ସରପଞ୍ଚ ତାରାଶଙ୍କର ରାୟଗୁରୁ, ସମିତି ସଭ୍ୟ ଖଲିଲ ନାଏକ, ସମାଜସେବୀ ସଂଜୀବ ଠାକୁର

ଆଦି ସମ୍ମାନିତ ଅତିଥି ଓ ବକ୍ତା ହିସାବରେ ଯୋଗ ଦେଇଥିଲେ l ସଂଗଠକ ଅବିନାଶ ମୁଣ୍ଡ ସ୍ବାଗତ ଭାଷଣ ଦେବା ସହ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଦେଶରୁ କେମିତି କୁପୋଷଣ, ଛୋଟ ପିଲା, କିଶୋରୀ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ ରକ୍ତହୀନତାରୁ ଦୂରେଇପାରିବା ଏବଂ ମାଆଙ୍କ ନାମରେ ଗଛଟିଏ ଲଗାଇ ଆମ ପରିବେଶକୁ କେମିତି ସୁରକ୍ଷିତ ରଖିବା ସେ ବିଷୟରେ ମୁଖ୍ୟ ଅତିଥି ତଥା ଅନ୍ୟତମ ଅତିଥିମାନେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଗାଁ ପରିକ୍ରମା କରିଥିଲା l ଏଥିରେ ମୁଖ୍ୟତଃ ଆଶା, ଅଙ୍ଗନୱାଡି କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ l ଅଂଶଗ୍ରହଣକାରୀ ମାନଙ୍କୁ ନେଇ କୁଇଜ, ରଙ୍ଗୋଲି, ମ୍ୟୁଜିକ ଚୌକି ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ପୁରସ୍କୃତ କରାଯାଇଥିଲା l ଶେଷରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ କଳାକାର ମାନଙ୍କ ଦ୍ୱାରା ସୂଚନା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!