ଓଡିଶା ଖବର
କେଶରାଜପୁର ନିକଟରେ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର, ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ
ନୂଆପଡା (AKN NEWS): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କେଶରାଜପୁର ନିକଟରେ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଏମ୍ବୁଲାନ୍ସ ରେ ସ୍ଥାନାନ୍ତରିତ କରାଯାଇଅଛି।

ଆହତ ଦୁଇ ଜଣଙ୍କ ସଠିକ୍ ପରିଚୟ ମିଳି ନାହିଁ। ବିଜୁ ଏକ୍ସପ୍ରେସ ୱେ କୁ ପହଞ୍ଚିବା ପୂର୍ବରୁ କେଶରାଜପୂର ଠାରେ ଦୁର୍ଘଟଣା ହୋଇଥିଲା। ଗ୍ରାମବାସୀ ମାନେ ଆହତଙ୍କୁ ଉଦ୍ଧାର କାରୀ ଚିକିତ୍ସା ପାଇଁ ପଠାଇଥିଲେ।
ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS


