ଓଡିଶା ଖବର

କେସିଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କଳାହାଣ୍ଡି ଜିଲ୍ଲାପାଳ

କେସିଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କଳାହାଣ୍ଡି ଜିଲ୍ଲାପାଳ
କେସିଙ୍ଗା,(AKN NEWS) :ବିଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ନେଇ କିଛି ଯୁବ ସମାଜସେବୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିବା ସହିତ ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଜାଣିବା ଓ ତାହାର ସମାଧାନ ପାଇଁ ଆଜି ଦିନ ୧ଟା ବେଳେ ଜିଲ୍ଲାପାଳ ପି. ଅନ୍ବେଷା ରେଡି ହଠାତ୍ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସି ଡାକ୍ତରଖାନା ବୁଲି ଦେଖିବା ସହ ଯାହାବି ସମସ୍ୟା ଅଛି ତୁରନ୍ତ ସମାଧାନ କରିବା ପାଇଁ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କଂଗ୍ରେସ ଯୁବନେତା ସୁରେଶ ରାଓ ଏବଂ କେସିଙ୍ଗା ସାମ୍ବାଦିକ ମହାସଂଘର ସଭାପତି ସୁଶାନ୍ତ ମହାପାତ୍ର, ଦୟାନିଧି ସୁନାନୀ ପ୍ରମୁଖ ଡ଼ାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ଭିତ୍ତିକ ଉପରେ ପୁନଃ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଆଉ ଖୁବ୍ କମଦିନ ଭିତରେ ଏହି ଡାକ୍ତରଖାନା ପାଇଁ ଜଣେ ଆନାସ୍ତେସିଆ ଡାକ୍ତର ନିଯୁକ୍ତି ଦିଆଯିବ ଏବଂ ଯାହାବି ଅସୁବିଧା ଅଛି ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏଣୁ ଆଉ ଅସ୍ତ୍ରୋପଚାର ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର୍ ନ କରିବାକୁ ମଧ୍ୟ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!