ଓଡିଶା ଖବର

କୋଲାବିରା ରେ ସମଲେଶ୍ୱରୀ ସେବା ସଂଘ ପକ୍ଷରୁ ମେଗା ବୃକ୍ଷ ରୋପଣ 

ଝାରସୁଗୁଡା 23/7(AKN NEWS): କୋଲାବିରାରେ ସୋମ ବାର ଦିନ ମା ସମଲେଶ୍ୱରୀ ସେବା ସଂଘ ପକ୍ଷରୁ ସଭାପତି ସେବା ନିବୃତ ଅଧ୍ୟାପକ କେଦାର ନାଥ ପଟେଲ. ଅବସର ପ୍ରାପ୍ତ ଅଧ୍ୟକ୍ଷ, ପରିବେଶବିତ ସୁବାସ ଚନ୍ଦ୍ର ନାୟକ ଓ ସାମ୍ବାଦିକ ସୁମନ୍ତ କୁମାର ବହିଦାର ଙ୍କ ନେତୃତ୍ୱରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହାକୁ ଜିଲ୍ଲାପାଳ ଆବୋଲି ସୁନୀଲ ନାରାୱାନେମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋଲାବିରା ର ତହସିଲ ଦାର ସୁକାନ୍ତ ନାଏକ, ବି ଡି ଓ ଅଶ୍ୱିନୀ ପଣ୍ଡା ମଧ୍ୟ ଅତିଥି ଭାବରେ ଯୋଗ ଦେଇ ଚାରା ରୋପଣ କରିଥିଲେ। ପ୍ରାୟ ଅଢେଇ ଏକର ଜମିରେ ପ୍ରଥମ ଦିନରେ ପାଞ୍ଚ ଶହ ଚାରା ଲାଗିଥିବା ବୋଲେ ଆଗାମୀ ଦିନରେ ଆଉ ଦେଢ଼ ହଜାର ଛତରା ଲାଗିବ ବୋଲି ଉଦ୍ୟୋକତା ମାନଙ୍କ ତବାର ଜନ ଯାଇଛି। କାର୍ଯ୍ୟକ୍ରମ କୁ ଲାଲ ରାମ ଛତ୍ରିଆ, ରୋହିତ କୁମାର ପଟେଲ, ସୂର୍ଯ୍ୟ କାନ୍ତି ଚାନ୍ଦ, କିଶୋର କଂସରଲୀ, ହେମନ୍ତ ସାହୁ, ଲିପିକା ସିଂ ଲତିକା ସାହୁ, ସିରଜୁ ଖମାରି, ସିରଜୁ ଖମାରି, ବଳରାମ ପାଣ୍ଡେ, ଇନ୍ଦ୍ର ମଣି ପ୍ରଧାନ, ବିହାରିଲାଲ ନାଏକ, ମହେନ୍ଦ୍ର ସାହୁ, ଚୈତନ୍ୟ ବାଦୀ, ପ୍ରମୋଦ ପଟେଲ, କିଶୋର ପଟେଲ, ଚିନ୍ତା କିସାନ, ଗଣେଶ କରାଳୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇ ବିଭିନ୍ନ ସ୍ଲୋଗାନ ଓ ପ୍ରଚାର ପାତ୍ର ବାଣ୍ଟି ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା କରି ଚାରା ରୋପଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!