ଓଡିଶା ଖବର

କ୍ଷେତ୍ର ପରିଦର୍ଶନ ଓ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ

ତୁରେକେଲା/ତା.୨୬/୦୧(AKN NEWS): ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଅଶୀଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ,ଅଶୀଜଣ ଅଭିଭାବକ, ପିତାମାତା ଓ ସଂଯୋଜକମାନଙ୍କୁ ନେଇ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ତିଖାଲି ଡ୍ୟାମ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ।ଏହି ଅବସରରେ ନିର୍ଝରିଣୀ, କଣ୍ଟାବାଞ୍ଜି ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିର୍ଝରିଣୀର ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ରଣାଙ୍କ ସଭାପତିତ୍ୱରେ ଶ୍ରୀ ଫକୀର ଚରଣ ବିଶି,ବିଆରସିସି, ମୁଖ୍ୟ ଅତିଥି, ଶ୍ରୀ ରାମକୃଷ୍ଣ ସେଲମା,ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁପ୍ରସାଦ ଛତ୍ରିଆ, ମୋହନ ବରିହା,ଅନୁପ କୁମାର ଦାସ, ଗଜୟ କୁମାର ଦାଶ,ଅମରେନ୍ଦ୍ର କୁମାର ବାଗ,ବିଆରପି ସୁନୀଲ କୁମାର ସାହୁ, ଜ୍ୟୋତି ବିକାଶ ବାରିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବାଟି ଚାମଚ,ବେଲୁନ ଫୁଙ୍କା, ମ୍ୟୁଜିକ ଚେୟାର,ଚକୋଲେଟ ଖଳ ଓ ପଠନ ପ୍ରବୃତ୍ତି ବୃଦ୍ଧି ପାଇଁ ଶିଶୁ ପତ୍ରିକା ପ୍ରଦର୍ଶନୀ ଓ ବଣ୍ଟନ ଆଦି କରାଯାଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଅବସାଦରୁ ମୁକ୍ତି ପାଇବା ପାଇଁ ସମସ୍ତେ ଖେଳରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରୋହିତ ବାରିକ, ବୃନ୍ଦାବନ ଭୋଇ,ପ୍ରଶାନ୍ତ ମହାପାତ୍ର, ଗଜିନ୍ଦ୍ର ହରିଜନ, ମମତା ପଣ୍ଡା, ରମେଶ ସୁନା, ଟିକେଶ୍ୱର ବେହେରା, ସଂଜୟ ଖୁରା, ସତ୍ୟ ପ୍ରକାଶ ସାହୁ,ଭବାନୀ ବେହେରା, ସରୋଜ ପୁରୋହିତ, ପ୍ରକାଶ ସେଲମାଆଦି ସହଯୋଗ କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!