ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଞ୍ଚ ଜାତୀୟ ସମ୍ମିଳନୀ ଅନୁଷ୍ଠିତ।

(AKN NEWS): ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଞ୍ଚ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ ସମ୍ପାଦକ ବାଲାଜୀ ପାଡ଼ାଲଙ୍କ ସଭାପତିତ୍ବରେ ହୋଇଥିବା ବେଳେ ଅତିଥି ଭାବେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା,ଗଦବା ସମାଜର ବାଲରାଜୁ କଟରି, ସ୍ବାମୀ ବିଶ୍ଵମିତ୍ରା ନନ୍ଦଗିରି ମହାରାଜ, ଜିଲ୍ଲା ବଣ୍ଡା ସମାଜ ସଭାପତି ମୁକୁନ୍ଦ ମାଝୀ, ବଣ୍ଡା ସମାଜର ସୁମିତ୍ ଶିଶା , ମାଳି ସମାଜର ସୁନାଧର ମାଳି, କୋୟା ସମାଜର ପ୍ରଶାନ୍ତ ବେଟି, ବଣ୍ଡା ସମାଜର ଲକିନଥ କିର୍ଷାନି ପ୍ରମୁଖ ମଞ୍ଚରେ ମଞ୍ଚଷିନ ଥିଲେ ।ଧର୍ମାନ୍ତିକରଣ ଏକ ରାଷ୍ଟ୍ରବିରୋଧ କାର୍ଯ୍ୟ କଳାପ ଅଟେ ସ୍ଵାଧୀନତା ପୂର୍ବରୁ ଭାରତରେ ଖ୍ରୀଷ୍ଟିଆନ ମିସିନାରୀ ମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଭାରତରେ ସରଳ ନିରୀହ ଜନଜାତି ବନବାସୀ ଓ ଅନୁସୂଚିତ ଜାତିର ଲୋକ ମାନଙ୍କୁ କଳ ବଳ ଓ ପ୍ରଲୋଭନ ମାଧ୍ୟମରେ ଧର୍ମାନ୍ତିକରଣ କରାଯାଉଛି ତାସତ୍ୟେ ମଧ୍ୟ ହିନ୍ଦୁ ସମାଜ କେବେ ମଧ୍ଯ ଅନ୍ୟ ଧର୍ମାବଲାମ୍ବି ଅତ୍ୟାଚାର କରିନାହିଁ। ଏହି ବେଆଇନ ଧର୍ମାନ୍ତିକରଣ ଉପରେ ରୋକ ଲଗେଇବା ଓ ନିଜ ଧର୍ମର ସ୍ଵାଧୀନ ଭାବରେ ବଞ୍ଚିବା ଧର୍ମ ସ୍ଵତନ୍ତ୍ର ଆଇନ ଲାଗୁ ହୋଇଛି। ନିଜ ବଳ ଓ ପ୍ରଲୋଭନ ଦ୍ବାରା ଧର୍ମାନ୍ତିକରଣକୁ ବିରୋଧ କରୁଥିବା ଏହି ଆଇନର ଧାରା ୨୫ କୁ ଉଚ୍ଛେଦ କରିବା ପାଇଁ କରାଯାଇଥିବା ସୁପ୍ରିକୋର୍ଟ ମାଧ୍ୟମରେ କରାଯାଉଥିବା ପ୍ରୟାସ ବିରୋଧର ଏହି ସମାବେଶ କରାଯାଇଥିବା ଅତିଥି ମାନେ ଉପସ୍ଥିତ ଥିବା ଜନଜାତି ଅନୁସୂଚିତ ଜାତି ଲୋକ ମାନଙ୍କୁ ସଚେତନତା କରାଇଥିଲେ।
ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି ଗୁଡ଼ିକ ଯଥା – ଅବୌଧ ଧର୍ମାନ୍ତିକରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଓ ଧର୍ମାନ୍ତିକରଣ ବିରୋଧ ଆଇନ କଡ଼ାକଡ଼ି କରାଯାଉ, ସମ୍ବିଧାନର ଧାରା ୨୫ କୁ ବଳବତ୍ତର ରଖାଯାଉ, ବିଭିନ୍ନ ରାଜ୍ୟରେ ପାରିତ ହୋଇଥିବା ଧର୍ମାନ୍ତିକରଣ ବିରୋଧ ଆଇନକୁ ବଳବତ୍ତର ରଖିବା ସହିତ ଓଡ଼ିଶାରେ ମଧ୍ୟ ରାଜସ୍ଥାନ ଅନୁରୂପ ବେଆଇନ ଧର୍ମାନ୍ତିକରଣ କାରୀଙ୍କୁ ଆଠ ବର୍ଷ ଜେଲ ଦଣ୍ଡ ଓ ୨୦୦୦୦୦ ଟଙ୍କା ପଯ୍ୟନ୍ତ ଜୋରିମାନାର ଆଇନ ପ୍ରଣୟନ କରାଯାଉ , ମାଲକାନଗିରି ଜିଲ୍ଲାରେ ଅଧିକାଂଶ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ମଧ୍ୟ ଅନୁସୂଚିତ ଜାତିର ମାନ୍ୟତା ପାଇଁ ସରକାରୀ ସୁବିଧା ପାଉଛନ୍ତି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ଭଳି ଦାବି ଦାବି ରହିଥିବା ବେଳେ ହିନ୍ଦୁ ସମାଜରେ ଅନୁସୂଚିତ ଜାତି ଓ ଜନଜାତିର ସୁରକ୍ଷା ପାଇଁ ଧର୍ମାନ୍ତିକରଣ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି।
Jyoti Ranjan Behera malkangiri district bureau chief AKN NEWS


