ଓଡିଶା ଖବର

ଖଇରା ବିଜୁ ଏକ୍ସପ୍ରେସ ୱେରେ ସଡ଼କ ଦୁର୍ଘଟଣା ,ଟ୍ରକ ଡ୍ରାଇଭର ମୃତ ।

ନୂଆପଡା (AKN NEWS): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି । ସୂଚନାନୁସାରେ ଗତ ରାତ୍ରି ଭୋର ସକାଳ ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ। ସେଥି ମଧ୍ୟରୁ ଗୋଟିଏ ଟ୍ରକ ନିଜ ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକକୁ ଧକା ଦେବା ଫଳରେ ଉକ୍ତ ଦୁର୍ଘଟଣାଟି ଘଟିଥିବା ଅନୁମେୟ କରାଯାଉଛି। ଯେଉଁଥି ପାଇଁ ଚାଳକ ଘଟଣା ଘଟି ଥିବା ଗାଡ଼ି ଭିତରେ ହିଁ ଚାପି ହୋଇ ମୃତୁ ହୋଇଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତି ହେଇଛନ୍ତି ରାଇଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗ୍ରାମର ତିରୁପତି ସିଂ ବୋଳି ଜଣା ପଡିଛି। ଉକ୍ତ ଘଟଣା ର ଖବରପାଇବା ମାତ୍ରେ ବୋଡ଼େନ ଅଗ୍ନିସମ ବିଭାଗ ଓ ବୋଡେ଼ନ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସବ ଉଦ୍ଧାର ପୂର୍ବକ ବୋଡେ଼ନ ଡାକ୍ତର ଖାନାକୁ ସବ ବ୍ୟବଛେଦ ପାଇଁ ପଠାଇ ଘଟଣାର ବିଶେଷ ତଦନ୍ତ ଜାରି ରଖିଛି ।

ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!