ଓଡିଶା ଖବର

ଖପ୍ରାଖୋଲ୍ ଅଞ୍ଚଳରେ ସାର କଳାବଜାରୀଙ୍କ ବଢୁଛି ସାମ୍ରାଜ୍ୟ ନା ମାନୁଛନ୍ତି ପ୍ରଶାସନକୁ ନା ଡିପାର୍ଟମେଣ୍ଟ୍ କୁ କିମ୍ବା ମିଡ଼ିଆକୁ,କରିଚାଲିଛନ୍ତି ବେଆଇନ ସାର,ମଞ୍ଜି କୀଟନାଶକ ଔଷଧ କଲାବଜାରି କାରବାର୍ ! ଓ ଏଗ୍ରିକଲଚର୍ ବାବୁମାନଙ୍କ ଓ ସାର କଳାବଜାରୀଙ୍କ ମଧୁଚନ୍ଦ୍ରିକା ଚାଲିଥିବା ସାଧାରଣ ଜନତାଙ୍କ ସନ୍ଦେହ ! 

(AKN NEWS): ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ୍ ତହସିଲ୍ ରେଙ୍ଗାଲି ପଞ୍ଚାୟତ୍ ଖୁରୀପାଣି ଗ୍ରାମରେ ବିପୁଳପରିମାଣରେ ବେଆଇନ ସାର ଗୂଦାମ୍ ଘରେ ଭର୍ତିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ! ଏଠି ଆଶ୍ଚର୍ଯ୍ୟର ବିଷୟ ହେଲା ଫର୍ଟିଳାଇଜର୍ ଲାଇସେନ୍ସ୍ ସ୍ୱୀକୃତି ପ୍ରାପ୍ତ ମାନଙ୍କ ପାଖକୁ ସଠିକ୍ ମାତ୍ରାରେ ସାର, କୀଟନାଶକ ଔଷଧ ପହଞ୍ଚିପାରୁନାହିଁ କିନ୍ତୁ,ଅଣ ଲାଇସେନ୍ସ ବ୍ୟକ୍ତି ମାନଙ୍କ ପାଖକୁ କେମିତି ଗଦା, ଗଦା ବେଆଇନ ମଞ୍ଜି,ସାର, କୀଟନାଶକ ଔଷଧ ପହଞ୍ଚି ଖୁଲମ୍ ଖୁଲ୍ଲା ଦିନ ଦ୍ବିପ୍ରହରରେ ବିକ୍ରୟ କରୁଛନ୍ତି ! ଏବିଷୟରେ ପ୍ରଶାସନର ଦୃଷ୍ଟିଗୋଚର ଅଛି ନା ଏଗ୍ରିକଲ୍ଚର୍ ବାବୁମାନଙ୍କ ଭିତିରିଆହାତ ରହିଛି ତାହା ଏବେ ବୁଦ୍ଧିଜୀବୀ ମହଲରେ ଜୋରସୋର୍ ଚର୍ଚ୍ଚାର ବିଷୟବସ୍ତୁ ସାଜିଛି ! ଯଦି ସମାଜରେ ଏପରି ଅସାଧୁ କଳାବଜାରୀଙ୍କ ଦୁର୍ନୀତି ବଢ଼ିବାରେଲାଗେ ତେବେ ଜନସାଧାରଣଙ୍କ ପ୍ରଶାସନ ଉପରେ ଆଶାଭରସା ତୁଟିବାରେ ଲାଗିବ ! ନିଜ, ନିଜ ଭିତରେ ପାତର ଅନ୍ତର ଭାବନା ସୄଟି ହେବ ସମ୍ବିଧାନପ୍ରତି ଲୋକଙ୍କ ସଂଶୟ ଜାତ ହେବ ! ଓ ଏମିତି ଅଶାଧୁ କଲା ବେପାରୀ ମାନେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର କରି ଲୋକଙ୍କୁ ଶୋଷଣ କରିଚାଲିବେ !

ଓ ପ୍ରଶାସନ କିମ୍ବା ଡିପାରମେଣ୍ଟ୍ ବାବୁମାନେ ହାତ ବାନ୍ଧି ଚୁପରହିବେ ଓ ଶୋଷଣର ଶିକାର ସାଜିବେ ସାଧାରଣ ଜନତା ! ଖବର ପ୍ରସାରଣ ପରେ ସାର କଳାବଜାରୀଙ୍କ ଉପରେ କେତେ ପ୍ରଶାସନ ର ତତ୍ପରତା ଦେଖାଉଛି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛି ତାହା ଏବେ ଜନସାଧାରଣ ଦେଖିବା ପାଇଁ ଅପେକ୍ଷାରେ

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!