ଖଲିଆପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ।

ବରଗଡ(AKN NEWS): ରାଜବୋଡ଼ାସମ୍ବର ବ୍ଳକ୍ ଖଲିଆ ପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓଡିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ବୁଝାଇବା ସହିତ ଯୋଜନା ଗୁଡିକ କିପରି ହିତାଧିକାରୀ ଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚି ପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ l ପରେ ଓଡିଶା ସରକାରଙ୍କ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପତ୍ରିକା କୁ ଉନ୍ମୋଚନ କରି ପତ୍ରିକା କୁ ଉପସ୍ଥିତ ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ୧୬ ଗୋଟି ବିଭାଗର ଯୋଜନା କୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ଶହସ୍ରାଧିକ ହିତାଧିକାରୀ ଉପସ୍ଥିତ ଥିଲେ l
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ


