ଓଡିଶା ଖବର

ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା (AKN NEWS): ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ 108ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ 95ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି 04ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ 05 ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । 01ଜଣଙ୍କୁ 20000/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ 25000ଟଙ୍କା ଲେଖାଏ ସମୁଦାୟ 3 ଜଣ ଙ୍କୁ CMRF ସହାୟତା ରାଶି ଯୋଗାଇ ଦିଆଯାଇଛି।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା

ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା/ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି /ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନସେଠୀ /ସି ଡ଼ି ଏମ୍ ଓ , ଡଃ ଆର୍ତ୍ତଵନ୍ଧୁ ନାୟକ/ବିଡିଓ , ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!