ଓଡିଶା ଖବର

ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଘାଟିତ ; ଖେଳାଳୀ କେବେ ହାରେ ନାହିଁ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

ବେଲଗୁଣ୍ଠା, 07/10, (AKN NEWS): ଖେଳାଳି କେବେ ହାରେ ନାହିଁ, ଜିତେ କିମ୍ବା କିଛି ଶିଖେ I ଏହିଭଳି ଉଦବୋଧନ ମୂଳକ ବକ୍ତବ୍ଯ ରଖି ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ରାଜ୍ୟ ସରକାରଙ୍କ ମାନ୍ୟବର ମତ୍ସ୍ୟ, ପଶୁ ସମ୍ପଦ,ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ I ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ 68 ତମ ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଘାଟିତ

ହୋଇଯାଇଛି I ଗଂଜାମ ଜିଲ୍ଳା ଶିକ୍ଷା ଅଧିକାରିଣୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ ରାଜ୍ୟ ସରକାରଙ୍କ ମାନ୍ୟବର ମତ୍ସ୍ୟ, ପଶୁ ସମ୍ପଦ,ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ I ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ରୂପେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ସୋରଡା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ,ଗଂଜାମ ଜିଲ୍ଳା ଶାରୀରୀକ ଶିକ୍ଷା ନୀରିକ୍ଷକ,ଯଜ୍ଞ ନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ I ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ବ୍ୟାଣ୍ଡ୍ ର ତାଳେତାଳେ ଜିଲ୍ଲାରୁ ଆସିଥିବା ପ୍ରତିଯୋଗି ମାନେ ପରେଡ୍ କରି ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ I ଆଜି ଜିଲ୍ଲାର ସମସ୍ତ ବ୍ଳକ୍ ରୁ ଆସିଥିବା କନିଷ୍ଠ ଏବଂ ବରିଷ୍ଠ ଛାତ୍ରଛାତ୍ରୀଙ୍କର ଦୌଡ଼,ଲମ୍ବ ଡ଼ିଆଁ,ଉଚ୍ଚ ଡ଼ିଆଁ,ଡିସ୍କସ୍ ଥ୍ରୋ, ଜାଭଲିନ୍ ଥ୍ରୋ ,ପୁଟ୍ ସଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ଜିଲ୍ଳା ଶାରୀରୀକ ଶିକ୍ଷା ପରିଦର୍ଶକ ଭାଗିରଥି ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବ୍ଳକ୍ ରୁ ଆସିଥିବା କ୍ରୀଡ଼ା ଶିକ୍ଷକ ମାନେ ଦୌଡ଼କୁଦ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ରାଜକିଶୋର ସ୍ଵାଇଁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ I ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I ଦୀର୍ଘ ତିନି ଦଶନ୍ଧି ପରେ ବେଲଗୁଣ୍ଠା ବ୍ଳକ୍ ରେ ଜିଲ୍ଳା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ଅଞ୍ଚଳର ଛାତ୍ରଛାତ୍ରୀ, କ୍ରୀଡାବିତ୍, ବୁଦ୍ଧିଜୀବି ମହଲରେ ଆନନ୍ଦ ଖେଳିଯାଇଛି I ଆସନ୍ତା କାଲି ଏହି ଉତ୍ସବ ଉଦଯାପିତ ହେବ I ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକ୍ ରୁ ଆସିଥିବା କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ I

ଅକ୍ଷୟ କୁମାର ଶତପଥୀ ରିପୋର୍ଟ Akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!