ଓଡିଶା ଖବର

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ୍ : ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ବଦନାମ କରିବା ନେଇ ଥାନାରେ ଏତଲା

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ୍ : ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ବଦନାମ କରିବା ନେଇ ଥାନାରେ ଏତଲା
ବାଲିଗୁଡା, (ଏକେଏନ ନ୍ୟୁଜ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି l ଏପରି ସ୍ଥଳେ ରବିବାର ଦିନ ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତ ର ବରିକିଆ ଗାଁ ରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବାଲିଗୁଡ଼ା ଏସଡିପିଓ ରାହୁଲ୍ ଗୋୟଲ୍ ଙ୍କ ନେତୃତ୍ଵ ରେ ଏକ ପୋଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଜବତ କରି ଆସିଥିବା ବେଳେ ଗ୍ରାମବାସୀ ମାନେ ସଂଘବଦ୍ଧ ଭାବରେ ପ୍ରତିବାଦ କରି ଗଞ୍ଜେଇ ଲୋଡ୍ ଗାଡ଼ି ଓ ପୋଲିସ୍ ଗାଡ଼ିକୁ ଛାଡି ନଥିଲେ l ଭୋର ଚାରିଟା ରୁ ସକାଳ ଯାଏଁ ଦୀର୍ଘ ଚାରିଘଣ୍ଟା ଧରି ଖଣ୍ଡଯୁଦ୍ଧ ହୋଇଥଲା l ପୋଲିସ୍ ବିନା ସର୍ଚ୍ଚ ୱାରେଣ୍ଟ ରେ ମାଜିଷ୍ଟ୍ରେଟ ଙ୍କ ଅନୁପସ୍ଥିତି ରେ ଘର ଘର ପଶି ଗଞ୍ଜେଇ ଜବତ କରୁଛି ଏବଂ ଗଂଜେଇ ଜବତ ବେଳେ ସୁନା ରୁପା ଟଙ୍କା ଜବରଦସ୍ତ ନେଇ ଆସିଥିବା ବିଷୟ ବରିକିଆ ଗ୍ରାମର ୱାର୍ଡ଼ ମେମ୍ବର ଝୁନୁ ମଲିକଙ୍କ ସମେତ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ବରିକିଆ ଗ୍ରାମବାସୀ ପୁରୁଷ ମହିଳା ଗଞ୍ଜେଇ ଭର୍ତ୍ତି ପୋଲିସ୍ ଗାଡ଼ି କୁ ଛାଡି ନଥିଲେ l ଶେଷରେ ବାଧ୍ୟ ହୋଇ ପୁଲିସ୍ ଜବତ କରିଥିବା ଚାରି ଶହ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ କୁ ଘଟଣl ସ୍ଥଳରେ ହିଁ ପୋଡି ଦେଇଥିବା ଦେଖିବାକୁ ମିଳିଛି l ଏନେଇ ବାଲିଗୁଡ଼ା ଥାନା ପୋଲିସ ଏକ ଖବରଦାତା ସମ୍ମିଳନୀ କରି ସୁଚନା ଦେଇଛନ୍ତି l ଗ୍ରାମବାସୀ ଙ୍କ ଅଭିଯୋଗ କୁ ପୋଲିସ୍ ଖଣ୍ଡନ କରିଛି l ବାଲିଗୁଡା ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା କୁଆଡେ଼ ପୋଲିସ୍ କୁ କହି ଗାଁ ରୁ ଗଞ୍ଜେଇ ଜବତ ପାଇଁ ପଠେଇ ଥିବା କହିଛନ୍ତି ଗ୍ରାମବାସୀ l ପୁଲିସ କୁଆଡ଼େ ଗ୍ରାମବାସୀ ଙ୍କୁ କହିଛି ଯେ ବାଲିଗୁଡ଼ାର ଜୈନକ ନେତାଙ୍କ ଇଙ୍ଗିତରେ ଗଂଜେଇ ଚଢ଼ାଉ ହେଉଛି ବୋଲି କିନ୍ତୁ ଏକଥା କୁ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ର ନେତା ଅସ୍ବୀକାର କରିଛନ୍ତି l ନିର୍ବାଚନ ଆଉ କମ୍ ଦିନ ଥିବାବେଳେ ବିରୋଧୀ ରାଜନୈତିକ ଦଳ ଫାଇଦା ଉଠାଇବାକୁ ମୋତେ ବଦନାମ କରିବାକୁ ଏହିଭଳି କରୁଛନ୍ତି l ଏକଥା ମିଥ୍ୟା ଓ ମନଗଢା ବୋଲି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ଗଣ ମାଧ୍ୟମକୁ କହିଛନ୍ତି l ପୋଲିସ୍ ସହ ଗଣ୍ଡଗୋଳ, ହତ୍ୟାଧମକ ଓ ଗଂଜେଇ କାରବାର ଅଭିଯୋଗ ରେ ବରିକିଆ ଗ୍ରାମର କିଛି ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି l ପୋଲିସ୍ ଭିଡ଼ିଓ ଆଧାରରେ ତଦନ୍ତ କରି ଏହି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଲୋକକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏହି ଖବରଦାତା ସମ୍ମିଳନୀ ଜରିଆରେ ପୋଲିସ ପ୍ରକାଶ କରିଛି l
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏକେଏନ ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!