ଗଡସ ପାୱାର ଓ ବ୍ଲେଶିଂ ମିନିଷ୍ଟ୍ରୀ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା

କୁଚିଣ୍ଡା:୪/୩(AKN NEWS): କୁଚିଣ୍ଡା ଅଞ୍ଚଳ ର ଏକ ଶ୍ଵେଚ୍ଛାସେବୀ ଅନୁଷ୍ଠାନ ଗୋଡସ୍ ପାୱାର ଓ ବ୍ଲେସିଂ ମିନିଷ୍ଟ୍ରି ପକ୍ଷରୁ ଆଜି ବି . ଜମନକିରା ଠାରେ ଏକ ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହାକୁ କୁଚିଣ୍ଡା ର ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ଼ ଗୌରବ ମୟ ପ୍ରଧାନ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ରୋହିଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଏସ ଡି ଏମ ଓ ଡ଼ ସୁବୋଧ କୁମାର ନାୟକ , ସମାଜସେବୀ ସୁବାସ ଚନ୍ଦ୍ର ନାୟକ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ବେହେରା ,ବ୍ଲକ ଅଧ୍ୟକ୍ଷା ଭୁବନେଶ୍ୱର କିସାନ, ସରପଞ୍ଚ ସରସ୍ଵତୀ ଠାକୁର, ସାମ୍ବାଦିକ ସଞ୍ଜୟ ମିଶ୍ର ପ୍ରମୁଖ ଭାଷଣ ଦେଇ ମଣିଷ ରକ୍ତର ବିକଳ୍ପ ନାହିଁ, ସେଥି ପାଇଁ ରକ୍ତ ଏକ ମହତ ଦାନ ଅଟେ ।
କାର୍ଯ୍ୟକ୍ରମ କୁ ସ୍ଵେଚ୍ଛାସେବୀ ବିମଳ ମେହେର ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଓକିଲ ଶାନ୍ତନୁ କାଲୋ ,ରମେଶ ମେହେର, ନାଏବ ସରପଞ୍ଚ ଉଷା ବହଲା ଓ ୱାର୍ଡ ସଭ୍ୟ ଖତୀ ମେହେର ସହଯୋଗ କରିଥିଲେ ।ସର୍ବ ପ୍ରଥମେ ସରପଞ୍ଚ ସରସ୍ଵତୀ ଠାକୁର ରକ୍ତ ଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆକାଶ ମୁଣ୍ଡା, ହୃଦୟ ନାଥ ରୋହିଦାସ, ବଜରଙ୍ଗ ନାଏକ, ଋଣ ଦେହୁରୀ, ଧରିତ୍ରୀ ମାଝୀ, ସଞ୍ଜିତା ମାଝୀ, ବିଶାଖା ପ୍ରଧାନ, ମାନସୀ ସିନ୍ଦିରିଆ ଙ୍କ ସମେତ ପଚାଶ ଜଣ ରକ୍ତ ଦାନ କରିଛନ୍ତି ।କୁଚିଣ୍ଡା ରେଡକ୍ରସର ପ୍ରମୋଦ ପଟେଲ ଙ୍କ ସମେତ ଅନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ରକ୍ତ ଦାତା ଜୀବନ ଦାତା ଗଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


