ଓଡିଶା ଖବର

ଗମ୍ଭାରିପଙ୍କରେ ପିଇବା ପାଣି ସଂକଟ

(AKN NEWS): ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିପଙ୍କ ଗ୍ରାମ ରେ ପିଇବା ପାଣି ର ଘୋର ସଂକଟ ଦେଖିବାକୁ ମିଲିଛି| ସୂଚନା ଯୋଗ୍ୟ ଯେ ଗମ୍ଭାରିପଙ୍କ ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ସମସ୍ତଙ୍କ ଘରକୁ ପିଇବା ପାଣି ପଞ୍ଚାୟତ ଅଧୀନରେ ଯୋଗାଇ ଦିଆଯାଉଥିଲା,କିନ୍ତୁ ଦୁଃଖର ବିଷୟ ଆଜକୁ ୧୫ଦିନ ହେବ ଏହି ସେବା ବନ୍ଧ ପଡ଼ିଛି | ଗ୍ରାମରେ ଥିବା ଦୁଇଟି ନଳକୂପ ମଧ୍ୟ ଅଚଳ ଅବସ୍ଥାରେ ରହିଛି | ଲୋକମାନେ ପାଣି ଟିକିଏ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି | କୌଣସି ମତେ ବିକଳ୍ପ ନ ମିଲିବାରୁ ଲୋକେ ବାଧ୍ଯ ହୋଇ କେନାଲ ଓ ପୋଖରି ପାଣି ପିଉଥିବା ନଜର କୁ ଆସିଛି | ଏହି ଅବ୍ୟବସ୍ଥା ପାଇଁ ପଞ୍ଚାୟତ ସପୂର୍ଣ୍ଣ ଭାବରେ ଦାୟୀ ବୋଲି ଲୋକେ ଅଭିଯୋଗ କରିଛନ୍ତି | ତେଣୁ ଗ୍ରାମବାସୀ ଏ ଦିଗରେ ପ୍ରସାସନ ର ହସ୍ତଖେପ ଲୋଢ଼ୁଛନ୍ତି|

ସମ୍ବଲପୁର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ ଏ.କେ.ଏନ ନିୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!