ଓଡିଶା ଖବର

ଗଳାକାଟି ହତ୍ୟା କଲା ମା’ ଜନ୍ମ କଲା ପୁଅକୁ 

(AKN NEWS): ବଲାଙ୍ଗିର,ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା ମା’ । ଏଭଳି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଧୀନସ୍ଥ ଖଲିଆପାଲି ଗାଁରେ । ସୂଚନା ଅନୁସାରେ ଆଜି ସକାଳ ସାଢେ଼ ୭ଟା ସମୟରେ ରବୀନ୍ଦ୍ର ନାଗଙ୍କ ପତ୍ନୀ ୨ ଝିଅ ଓ ଗୋଟିଏ ପୁଅର ମା’ ମୀନା ନାଗ ନିଜର ୬ ମାସର ଶିଶୁପୁତ୍ରକୁ ଗଳାକାଟି କୁଆଡେ଼ ଫେରାର୍‌ ହୋଇଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରକୁ ତରଭା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଶିଶୁ ପୁତ୍ରକୁ ରେଫର୍‌ କରାଯାଇଥିଲା । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଶିଶୁ ପୁତ୍ର ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି । ହତ୍ୟାକାରୀ ମା’ ମୀନାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା

ସ୍ୱାମୀ ରବୀନ୍ଦ୍ର କହିଛନ୍ତି ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!