ଓଡିଶା ଖବର

ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି I 

(AKN NEWS):ଆଜି ସାରା ଭାରତରେ ସ୍ବାଧୀନତା ଦିବସ ପାଳନ କରୁଥିବା ସହ ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ସ୍ୱାଧୀନତା ପାଇଁ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟା|ଳୟ ରେ ତହସିଲ ଦାରଙ୍କ ଦ୍ୱାରା , ଥାନାରେ ଆଇ ଆଇ ସିଙ୍କ ଦ୍ୱାରା,ଗାଇସିଲଟ ବ୍ଲକର ୧୯ଟି ପଞ୍ଚାୟତ ରେ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ଙ୍କ ଦ୍ୱାରା ପୋଷ୍ଟ ଅଫିସ, ସାମ୍ବାଦିକ ସଂଘ, ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟରେ ସି. ଡ଼ି.ପି.ଓ ଙ୍କ ଦ୍ୱାରା ମୋଟର ସାଇକେଲ ମେକାନିକଲ ସଙ୍ଘ ଏଵଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ଓ ବିଭିନ୍ନ ବିଦ୍ୟାଳୟ ଗୁଡିକର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ଏହି ଶୁଭ ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପତକା ଉତଲନ କରିଥିଲେ। ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷ୍ଠିତ ହେଲା। ଗାଇସିଲଟ ବ୍ଲକର ତହସିଲ ଦାର ତହସିଲ କାର୍ଯ୍ୟାଳୟର ପତାକା ଉତ୍ତଳନ କରିଥିବା ବେଳେ ଶିଶୁ ବିକାଶ ଅଧିକାରୀ ପରେ ପତାକା ଉତଳନ କରିଥିଲେ I ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷଙ୍କ ଙ୍କ ଦ୍ୱାରା ପତାକା ଉତୋଳନ ପରେ ପିଲାଙ୍କୁ ମିଷ୍ଟାର୍ଣ ଇତ୍ୟାଦି ବାଣ୍ଟିଥିବାର ଦେଖିବାକୁ ମିଳିଥିଲା, ଏଥିସହ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ଧୂମଧାମ ସହ ସୁରୁଖୁରରେ ପାଳିତ ହୋଇଯାଇଛି I ପରିଶେଷରେ ଛାତ୍ରଛାତ୍ରୀମାନେ ନିଜ ନିଜର କଳା ପ୍ରଦର୍ଶନ କରି ଅଞ୍ଚଳର କଳାମାଟିର ପରିଚୟ ଦେଇ ମଞ୍ଚାସିନ ଅତିଥି ମାନଙ୍କଠାରୁ ପୁରସ୍କାର ଲାଭ କରି ଖୁସିମନରେ ଯାଇଥିଲେ l ଏହି ଉତ୍ସବରେ ଗାଇସିଲେଟ ଆଇ ଆଇ ସି ଶ୍ରୀଯୁକ୍ତ ଶଶିଭୂଷଣ ମିଶ୍ର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଶାରୀରିକ ଖେଳ ବିଷୟରେ, ବି ଡି ଓ ଶ୍ରୀମାନ ଭୀଷ୍ମ ମାଝି ମାନସିକ ବିକାଶ ପାଇଁ ଓ ସମିତି ଅଧ୍ୟକ୍ଷ ଶ୍ରୀମାନ ପ୍ରଣୟ କୁମାର ସାହୁ ଅଞ୍ଚଳର ସବୁ ଦିଗରେ ତଥା ଅଞ୍ଚଳର କଳାକୁ ଜୀବିତ ରଖିବାର ଚେତନା ଦେବା ସହ ମହିଳା ତହସିଲଦାର ନାନସି ଖାଲକୋ ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ, ଓ ବୌଦ୍ଧିକ ବିକାଶ ଦିଗରେ ଶିକ୍ଷା ଦେବା ସହିତ ଗରିବ ଶିଶୁଙ୍କ ପାଇଁ ସାହାଯ୍ୟ କରିବାର ବକ୍ତବ୍ୟ ରଖିଥିଲେ l ଶେଷରେ ଲକ୍ଷେଘର ସମାଜ ସଭାପତି ଶ୍ରୀ ଗୋଲାପ ପାଇକ ଓ ସମାଜସେବୀଶ୍ରୀ ପାପୁନ ପଧାନ ଅଞ୍ଚଳର ସମ୍ପୂର୍ଣ ବିକାଶ ଦିଗରେ ଗ୍ରହଣୀୟ ମନ୍ତବ୍ୟ ପ୍ରଦାନ କରିଥିଲେ l

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!