ଓଡିଶା ଖବର

କୁଚିଣ୍ଡା ଶ୍ରମିକ ଭବନ ରେ ସ୍ବାଧିନତା ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୁଚିଣ୍ଡା(AKN NEWS):ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ ଦେଶ ର ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି ।ଏହି ଅବସରରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଏକ ବାସ୍ତବ ଧର୍ମି ଧର୍ମ ନିରପେକ୍ଷ ଓ ସମତା ଯୁକ୍ତ ରାଷ୍ଟ୍ର ଗଠନ ପାଇଁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଓ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ମୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମତା ଯୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମକୁ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତୁଜ୍ଜା ସଂଯୋଜନା କରିଥିଲେ ।ଏହା ପରେ ଅତିଥି ଗଣଙ୍କ ସହ ଉପଥିତ ବୁଦ୍ଧିଜୀବୀ o ଶ୍ରମିକ ନେତା ଗଣ ଶ୍ରମିକ ଭବନ ପରିସରରେ ବୃକ୍ଷ ରୋପଣ କରିଥିଲେ ।ଏହାକୁ ସଂଘ ର ଡିଭିଜନ ସମ୍ପାଦକକୀର୍ତ୍ତନ ସେନାପତି ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!