ଓଡିଶା ଖବର

ଗାଙ୍ଗପୁର ନୂତନ ଥାନା ଅଧିକାରୀ ଙ୍କୁ ପ୍ରେସ କ୍ଲବ୍ ର ସ୍ବାଗତ

ଗାଙ୍ଗପୁର ନୂତନ ଥାନା ଅଧିକାରୀ ଙ୍କୁ ପ୍ରେସ କ୍ଲବ୍ ର ସ୍ବାଗତ
ବେଲଗୁଣ୍ଠା,(AKN NEWS ) 01/12: ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ରେ ନୂତନ ଥାନା ଅଧିକାରୀ ଭାବେ ରାଜେଶ କୁମାର ନାୟକ ଯୋଗୋ ଦେଇଛନ୍ତି l ଶ୍ରୀ ନାୟକ ପୂର୍ବରୁ ରାଉଲକେଲା ସେକ୍ଟର ଥାନା ରେ କାର୍ଯ୍ୟରତ ଥିଲେ l ପୂର୍ବରୁ ଗାଙ୍ଗପୁର ଥାନା ଅଧିକାରୀ ଥିବା ସୁବେନ୍ଧୁ କୁମାର ସାହୁଙ୍କ ଯାଜପୁର ଜିଲ୍ଲା ଜେନାପୁର ଥାନା କୁ ବଦଳୀ ହେଇଥିବା ବେଳେ ଗାଙ୍ଗପୁର ଥାନା ଏସ୍ ଆଇ ସୁଭ୍ରଜିତ୍ ସାମନ୍ତରାୟ ଭାରପ୍ରପ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିଲେ l ଆଜି ଶ୍ରୀ ନାୟକ ଯୋଗ ଦେଇ ସାମନ୍ତରାୟଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ବେଳଗୁଣ୍ଠା ପ୍ରେସ କ୍ଲବ ତରଫରୁ ପୁସ୍ଫଗୁଚ୍ଛ ଦେଇ ଶ୍ରୀ ନାୟକଙ୍କୁ ସ୍ବାଗତ କରାଯାଇଥିଲା l କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ବରେ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ କୁମାର ବେହେରା, ବିଭୂପାଦ ଜେନା, ରାଜେଶ ପାତ୍ର, କୃଷ୍ନଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ, ସୁଧାଂଶୁ ଶେଖର ବିଷୋୟୀ, ନିଲୁ ପାତ୍ର, ଅକ୍ଷୟ ଶତପଥୀ ପ୍ରମୁଖ ଯୋଗ ଦେଇ ଥାନା ଅଧିକାରୀଙ୍କୁ ସ୍ବାଗତ କରିଥିଲେ l ଆଗାମୀ ଦିନରେ ପେଟ୍ରୋଲିଙ୍ଗ କୁ କଡାକଡି କରିବା ସହ ଅସାମାଜିକ ବ୍ୟକ୍ତି ଙ୍କ ଉପରେ ଦୃଢ଼ କର୍ଯାନୁଷ୍ଠାନ ନେବା ସହ ମଦ୍ୟପ ଗାଡ଼ି ଚାଲକ ଉପରେ ପୋଲିସ ର ତୀକ୍ଷ୍ଣ ନଜର ରହିବା ସହ ଶ୍ରୀ ନାୟକ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଥିଲେ ।

ଭଞ୍ଜନଗର ରୁ ଅକ୍ଷୟ ଶତପଥୀ ରିପୋର୍ଟ Akn New

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!