ଓଡିଶା ଖବର

ଗାଡ଼ିରେ ପ୍ରେସ ଲେଖି ଅସାମାଜିକ କାମ ରେ ଲିପ୍ତ ଅଭିଯୋଗ 

(AKN NEWS): ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ରାସ୍ତା ରେ ଯାଉଥୁଲେ ଆପଣ ପ୍ରେସ ଲେଖା ଗାଡ଼ି ଯାତାୟତ କରୁଥିବା ଦେଖିବାକୁ ପାଈଥିବେ |ଯିଏ ଯେଉଁ ଗାଡ଼ି ଆଗରେ ବଡ଼ ବଡ଼ ଅକ୍ଷର ରେ ପ୍ରେସଲେଖି ଖୋଲା ଖୋଲି ଭାବେ ଯାତାୟତ କରୁଛନ୍ତି |ହେଲେ ପ୍ରକୃତ ରେ ସେମାନେ ଅଧା ରୁ ଅଧିକ ଗଣମାଧ୍ୟ୍ୟମ ପ୍ରତିନିଧି ନୁହନ୍ତି |ପୁଲିସ ଠାରୁ ବଞ୍ଚିବା ପାଇଁ ଗାଡି ଆଗରେ ପ୍ରେସ ଲେଖି ଖୁଲମ ଖୁଲା ବୁଲୁଥିବା ଅଭିଯୋଗ ହେଉଛି |କାରଣ ପ୍ରେସ ଲେଖିବା ଦ୍ୱାରା ଆଉ ସେମାନଙ୍କୁ କାହାର ଭୟ ନାହିଁ, ନା ପୁଲିସ ହାତ ମରିବ ନା ଅନ୍ୟ କିଏ ସେଥିପାଇଁ ଏବେ ସର୍ବାଧିକ ଗାଡ଼ିରେ ବଡ଼ ବଡ଼ ପ୍ରେସ ଲେଖି ଥିବା ଗାଡ଼ିଦେଖି ପାରିବେ |କେତେକ ଏମିତି ରହିଛନ୍ତି ଯେଉଁମାନେ ଏହାର ଫାଇଦା ନେଇ ଅସାମାଜିକ କାମ କରୁଛନ୍ତି |ନିଶାଦ୍ରବ୍ୟ ନେବା ଆଣିବାରେ ମଧ୍ୟ୍ୟ ଲିପ୍ତ ରହୁଛନ୍ତି |ଏଥିପାଇଁ ବରିଷ୍ଠ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସ ଏମାନଙ୍କ ତଥ୍ୟ ଯାଞ୍ଚ କରିବା ସହ କିଏ କଣ କାମ କରୁଛି ତାହାରି ତଦନ୍ତ କରିବାକୁ ଦାବି ହେଉଛି |ଏଥିସହ ରାସ୍ତା ରେ ପ୍ରେସ ଗାଡି ଦେଖିଲେ ପୁଲିସ ସେମାନଙ୍କ ଆଇଡ଼ି କାର୍ଡ ଚେକ କରିବା ସହ କେଉଁ ସଂସ୍ଥା ର ପ୍ରତିନିଧି,ସରକାର ଙ୍କ ବୀମାଭୁକ୍ତ ହୋଇଛନ୍ତି କି, ଯେଉଁ କମ୍ପାନୀ ରେ କାମ କରୁଛନ୍ତି ତାହା ପଞ୍ଜିକରଣ ହୋଇଛନ୍ତି କି ନା ଏସବୁ ଯାଞ୍ଚ କରିବା ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଉଛି |ଏହା ଦ୍ୱାରା ସମସ୍ତ ଙ୍କ ମଙ୍ଗଳ ହେବ |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!