ଓଡିଶା ଖବର

ଗୋଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟାକୁ ନେଇ ସମାଜସେବୀଙ୍କ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ 

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଫଳ ନ ହେବାରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟାଙ୍କୁ ନେଇ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ । ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ କୋଠାରେ ପାଣି ଜମା ରହିବା ତାହାର ସମାଧାନ କରିବା, ଝରକା ଗ୍ରିଲ ସଂଯୋଗ ନଥିବାରୁ ଗ୍ରିଲ ସଂଯୋଗ କରିବା, ଛାତରୁ ପାଣି ଝରୁଛି ତାହାର ସମାଧାନ କରିବା, ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସ୍ଥାୟୀ କୋଠା ନିର୍ମାଣ ନ ଥିବାରୁ କୋଠା ନିର୍ମାଣ କରିବା , ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସୁରକ୍ଷା ନିମନ୍ତେ ପାଚେରୀ ନିର୍ମାଣ ହୋଇନାହିଁ ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରିବା ,ଆମ୍ବୁଲାନ୍ସ ସେବା ପାଇଁ ଗୃହ ନିର୍ମାଣ କରିବା, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ଚପୁରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ହେଉଥିବାରୁ ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ବ୍ୟବସ୍ତା କରିବା, ଗୋଲାମୁଣ୍ଡା ଠାରେ ମେଡିକାଲ ହେଡ଼ ଅଫିସ ନିର୍ମାଣ କରିବା ଓ ଏ.ଏନ.ଏମ ମିଟିଙ୍ଗ ଗୃହ ନିର୍ମାଣ ପ୍ରମୁଖ ସମସ୍ୟା ନେଇସମାଜ ସେବି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି । ଆଗକୁ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ।

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!