ଓଡିଶା ଖବର

ଗୋଲାମୁଣ୍ଡା ନୂତନ ଯାଦବ ଭବନ ପ୍ରତିଷ୍ଠା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ।

ଗୋଲାମୁଣ୍ଡା(AKN NEWS):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ଠାରେ ଗୋଲାମୁଣ୍ଡା ଯାଦବ ମହାସଭା ର ନୂତନ ବ୍ଳକ ସ୍ତରୀୟ ଯାଦବ ଭବନ ବୁଧବାର ଦିନ ମହା ଆଡ଼ମ୍ବରରେ ଉଦଘାଟନ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ସଭାପତି ଗିରିଧାରୀ ତେଜି ଓ ସଂପାଦକ ପରିକ୍ଷିତ ଖର୍ସେଲ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ପୁର୍ବତନ ବିଧାୟକ ମୌଷଧି ବାଗ ଏବଂ ଉତ୍କଳ ଯାଦବ ମହାସଭା ଉପ ସଭାପତି ତଥା କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ପ୍ରମୁଖ ଉପସ୍ଥିତ ରହି ନୂତନ ଭବନ ର ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଭବନ ସମ୍ମୁଖରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଏହି ନାମ ଯଜ୍ଞ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ମାନଙ୍କୁ ସାତଟି ଯାଦବ ସଂକିର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ନାମ ଯଜ୍ଞ ଟିକୁ ଜାରି ରଖିଛନ୍ତି ।ଏହି ନାମ ଯଜ୍ଞ ରେ ଶ୍ରୀଯୁକ୍ତ ଗିରିଧାରୀ ତେଜି ଓ ତାଙ୍କ ଧର୍ମପତ୍ନୀ ପିଙ୍କି ତେଜି କର୍ତ୍ତା ଭାବରେ କାମ ତୁଲାଉଛନ୍ତି । ସେହିଭଳି ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ଉପ ସଭାପତି ସଦାଶିବ ବେମାଲ ,ଯୁଗ୍ମ ସଂପାଦକ ଉମାକାନ୍ତ କଟା ଓ କୋଷାଧ୍ୟକ୍ଷ ରୋମାଞ୍ଚଲ ତେଜି,ଡୁଡୁକେଲ ଗ୍ରାମ ର ଶ୍ରୀଯୁକ୍ତ ରାମ କୃଷ୍ଣ ବଗର୍ତ୍ତି ଭୁମିଦାନ କରି ସହଯୋଗ କରିଥିଲ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରୁ ଯାଦବ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

dhramgarh upa khanda ru shyam sundar agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!