ଗୌସିକ ଫିଟନେସ ପାର୍କ ଜିମ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ନବରଙ୍ଗପୁର:(AKN NEWS): ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ଜିମ ଗୌସିକ ଫିଟନେସ ପାର୍କ ଜିମର ତୃତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଜିମର ପ୍ରତିଷ୍ଠାତା ତଥା ଜିଲ୍ଲାର ପ୍ରତିଷ୍ଠିତ ବଡି ବିଲଡର ଲଲାଟେନ୍ଦୁ ପାତ୍ର (ରମି ) ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର , ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ, ନବରଙ୍ଗପୁର ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ ମହାରଣା, ଜିମର ସଭାପତି ତଥା ବରିଷ୍ଠ ଆଇନଜୀବି ଝଡ଼େଶ୍ୱର ଖାଡାଙ୍ଗା ,ନବରଙ୍ଗପୁର ଟ୍ରକ ଏବଂ ବସ ମାଲିକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ଗୌସିକ ଫିଟନେସ ପାର୍କ ଜିମର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ମୃତ୍ୟୁଞ୍ଜୟ ଦାସ ଏବଂ ବାନାମ୍ବର ପଣ୍ଡା ଯୋଗ ଦେଇ ଜିମର ସଦସ୍ୟଙ୍କୁ ଉତ୍ସାହିତ କରି ଥିଲେ । ଉପସ୍ଥିତ ସମସ୍ତ ଅତିଥି ଗୌସିକ ଫିଟନେସ ପାର୍କ ଜିମ ସଦସ୍ୟଙ୍କ ଦ୍ୱାରା ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରାପ୍ତ କରିଥିବା ସଫଳତା ସମ୍ପର୍କରେ ଆଲୋଚନା କରି ଜିମ ମୁଖ୍ୟ ଲାଲଟେନ୍ଦୁ ପାତ୍ରଙ୍କୁ ଆଗାମୀ ଦିନରେ ମଧ୍ୟ ନବରଙ୍ଗପୁର ଜିଲ୍ଲା ପାଇଁ ବୋଡି ବିଲଡିଂ କ୍ଷେତ୍ରରେ ସୁନାମ ଆଣିବା ଦିଗରେ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗୌସିକ ଫିଟନେସ ପାର୍କ ଜିମ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।ଆମ ନବରଙ୍ଗପୁରିଆ ଗ୍ରୁପ ର ଏଡମିନ୍ ବିକ୍ରମ ଦାସ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ଏଇ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଜିମର ସଦସ୍ୟ ହେମନ୍ତ, ରାଜ, ସିପୁନ, ତ୍ରିପତି, ହେମାନନ୍ଦ, ସମୀର, ଗୁପ୍ତେଶ ସମେତ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ଗୌସିକ ଫିଟନେସ ପାର୍କର ସଦସ୍ୟ ମାନେ ବିଭିନ୍ନ ସମୟରେ ରକ୍ତଦାନ କରି ଅସଂଖ୍ୟ ଜୀବନ ବଞ୍ଚାଇବାରେ ସଫଳ ହେଉଛନ୍ତି ସେହିପରି ଗୌସିକ ଫିଟନେସ ପାର୍କର ମୁଖ୍ୟ ଲଲାଟେନ୍ଦୁ ପାତ୍ର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପଦକ ହାସଲ କରିବା ସମେତ ରେଫେରି ଦାଇତ୍ୱ ତୁଲାଇ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବିତ କରିଛନ୍ତି ଏବଂ ତାଙ୍କର ଏଇ ସଫଳତା ନିମନ୍ତେ ପୂର୍ବରୁ ଶ୍ରୀ ପାତ୍ରଙ୍କୁ ମଣ୍ଡେଇ କ୍ରୀଡା ସମ୍ମାନରେ ସମ୍ମାନୀତ କରାଯାଇଛି।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


