ଗ୍ରୀଣ୍ଡୋଲ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ।

(AKN NEWS): ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଓ ଗୋଷ୍ଠି ମଧ୍ୟରେ ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗ୍ରୀଣ୍ଡୋଲ କ୍ଲଷ୍ଟର ସ୍ଥିତ ୧୫ଟି ସମସ୍ତ ବିଦ୍ୟାଳୟ ରେ ପ୍ରଥମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି।
ଗ୍ରୀଣ୍ଡୋଲ କ୍ଲଷ୍ଟର ର କେନ୍ଦ୍ର ବିଦ୍ୟାଳୟ, ଗ୍ରୀଣ୍ଡୋଲ,ମାନଝରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା, ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ମନିଷା ଅଗ୍ରୱାଲ ଏଵଂ ଗ୍ରୀଣ୍ଡୋଲ କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ଉପସ୍ଥିତ ରହି ଶିଶୁ ବାଟିକା ୩ ଏଵଂ ପ୍ରଥମ ଶ୍ରେଣୀ ର ନୂତନ ଛାତ୍ରଛାତ୍ରୀମାନଙ୍କୁ ଫୁଳତୋଡା, ଚନ୍ଦନ, ବରକୋଳି ପତ୍ର, ଦେଇ ପ୍ରଵେଶ ଦ୍ଵାର ସମ୍ମୁଖ ରୁ ପାଛୋଟି ନେଇ କାର୍ଯ୍ୟ କ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସମସ୍ତେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଳା, ଚନ୍ଦନ ଦେଇ ସ୍ବାଗତ କରିଥିଲ। ସମସ୍ତ ବିଦ୍ୟାଳୟ ରେ ମା ସରସ୍ବତୀଙ୍କ ଫଟୋ ଏବଂ ଗଣେଶ ଙ୍କ ଫଟୋ ଚିତ୍ର ରେ ସମସ୍ତ ପୂଜା ବିଧି ସାରି ପୂଜାପଣ୍ଡିତ ମନ୍ତ୍ର , ହୁଳହୁଳି ସାଙ୍ଗରେ ଛାତ୍ରଛାତ୍ରୀ ଙ୍କୁ ଖଡ଼ି ଛୁଆଁ କରାଯାଇଥିଲା। ପ୍ରଥମ ଦିବସ କାର୍ଯ୍ୟକ୍ରମରେ ଆସିଥିବା ଅବିଭାବକ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ବିଦ୍ୟାଳୟ ପଠାଇବା ଏଵଂ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବାପାଇଁ ଅଭିମତ ରଖିଥିଲେ। ବିଦ୍ୟାଳୟ ର ଭାଷା ଜ୍ଞାନ ଷ୍ଟଲ, ଗଣିତ ଷ୍ଟଲ ଓ ସୃଜନ ଶିଳ ଷ୍ଟଲ ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ଆଗ୍ରହ, ଦୈନିକ ଉପସ୍ଥାନ ବୃଦ୍ଧି ରେ ଶିକ୍ଷଣ ସାମଗ୍ରୀ ଅତ୍ୟନ୍ତ ଜରୁରୀ ଅଟେ ବୋଲି ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ସମସ୍ତ ଙ୍କୁ ଵୁଝାଇବା ସହ ଏକ ଶିକ୍ଷଣ କାର୍ଯ୍ୟ କରି ଦେଖାଇଥିଲେ।
ଏହି କାର୍ଯ୍ୟକ୍ରମ ୪ ଦିନ ଧରି ସମସ୍ତ ବିଦ୍ୟାଳୟ ରେ ମହାସମାରୋହରେ ପାଳନ କରାଯିବ ତେଣୁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଉଠୁଛି ଏବଂ କାର୍ଯ୍ୟ କର୍ମ କୁ ଭୂରି ଭୂରି ପ୍ରଶଂସା କରୁ ଛନ୍ତି ଅଞ୍ଚଳ ବାସି
dhramgarh upa khanda ru shyam sundar agrawal akn news


