ଓଡିଶା ଖବର

ଘରୋଇ କଲେଜରେ ଛାତ୍ରଙ୍କୁ ରାଗିଙ୍ଗ ଅଭିଯୋଗ: ଦୁଇ ମହଲା ଉପରୁ ଠେଲି ଦେବାରୁ ପୀଡ଼ିତ ଗୁରୁତର

ଭବାନୀପାଟଣା(AKN NEWS): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରେ ଗତ ରାତିରେ ଛାତ୍ରଙ୍କୁ ରାଗିଙ୍ଗ ଅଭିଯୋଗ ହୋଇଛି। ରାଗିଙ୍ଗ କରିବା ପରେ ଛାତ୍ରଙ୍କୁ ମାଡ଼ ମାରି ଦୁଇ ମହଲା ଉପରୁ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ଘରୋଇ କଲେଜ୍ ହଷ୍ଟେଲରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରମାନେ ଅନ୍ୟଜଣେ ଛାତ୍ରଙ୍କୁ ପ୍ରଥମେ ରୁମ୍ ଭିତରେ ମାଡ଼ ମାରିବା ସହ ଭିଡିଓ ତିଆରି କରି ପରେ ଦୁଇ ମହଲା ଛାତ ଉପରୁ ଠେଲି ଦେଇଥିଲେ। ପରେ କଲେଜ୍ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ହଷ୍ଟେଲ ଭିତରକୁ ମଦ ଆଣି ଛାତ୍ରମାନେ ନିଶାସକ୍ତ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!