ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ ଅନୁଷ୍ଠାନ ତରଫ ରୁ ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା

(AKN NEWS): ସମାଜରୁ ବାଲ୍ୟବିବାହ ପରି ଘୃଣ୍ୟ କାର୍ଯ୍ୟ ଦୂର କରିବା ପାଇଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଂ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଆଦ୍ୟ ତା ୧୬.୦୪.୨୦୨୫ ରିଖ ବୁଦ୍ଧ ବାର ଦିନ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ ଅନୁଷ୍ଠାନ ତରଫ ରୁ ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚପୁରିଆ ର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅବନା ଭୋଇ , ମହାଲିଂ ଅଙ୍ଗନୱାଡ଼ି ସୂପର୍ଭାଇଯର ଶାନ୍ତିଲତା ମଙ୍ଗରାଜ, ଓ ବ୍ଲକ କର୍ଡିନେଟର ବିନିତା ରାଉତ, ଉକ୍ତ ବିଦ୍ୟାୟ ର ପ୍ରଧାନ ଶିକ୍ଷକ ରାଜେଶ କୁମାର ନାୟକ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ,ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ସହ ଅଞ୍ଚଳ ର ଅଙ୍ଗନୱାଡ଼ି କର୍ମୀ ମାନେ ମଧ୍ୟ ଉଅସ୍ଥିତ ଥିଲେ । ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ ତରଫ ରୁ କର୍ମରତ ଥିବା ପ୍ରକଳ୍ପ ସଂଯୋଜକ ଚିନ୍ମୟ କୁମାର ପ୍ରଧାନ , ସୁପର୍ଭାଇଜର ଭୁଦେବ ଭୋଇ , ସହକର୍ମୀ ବସମତି ଭୋଇ, ଆଶ୍ରିତା କର, ବୈଦେହି ସାହୁ ଏବଂ ସୁତୟା ମାଝୀ ମଧ୍ୟ ଉସ୍ଥିତ ଥିଲେ , ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଲ୍ୟବିବାହ ଦ୍ଵାରା , ଶାରୀରିକ , ମାନସିକ ଓ ସାମାଜିକ କ୍ଷେତ୍ର ରେ ହେଉଥିବା କ୍ଷତି, ମା ଓ ଶିଶୁ ଉପରେ ପଡ଼ୁଥିବା କୁପ୍ରଭାବ ସମେତ ବାଲ୍ୟବିବାହ କୁ ପ୍ରୋତ୍ସାହନ, କାର୍ଯ୍ୟକାରୀ କରୁଥିବା ଲୋକଙ୍କ ପାଇଁ ଚିଲ୍ଡ ମ୍ୟାରେଜ ପ୍ରୋହିବିସନ୍ ଆକ୍ଟ ରେ ଉଲ୍ଲେଖନୀୟ ଦଣ୍ଡ ବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା , ତଥା ବାଲ୍ୟବିବାହ ରୁ କିଭଳି ନିଜକୁ ଦୂରେଇ ରଖିବା ଓ ବଞ୍ଚିବା ସେ ବିଷୟ ରେ ମଧ୍ୟ ପିଲା ମାନଙ୍କୁ ସଚେତନ କରାଯାଇଥିଲା । ପରିସେଶରେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇ ବିଜେତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଇଜ ବିତରଣ କରାଯାଇ ଧନ୍ୟବାଦ୍ ଜ୍ଞାପନ ଦେଇ ସଭା ସାନ କରାଯାଇଥିଲା
dhramgarh upa khanda ru shyam sundar agrawal AKN NEWS


