ଓଡିଶା ଖବର

ଛାତ୍ରଛତ୍ରୀଙ୍କ ଏମ ଡ଼ି ଏମ ଚାଉଳ ବିକ୍ରି କରୁଥିବା ବେଲେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ ।

(AKN NEWS): ପାପଡାହିଣ୍ଡି ବ୍ଲକ ପାତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ଦୁଇ ପେକେଟ ଚାଉଳକୁ ସୁଶାନ୍ତ କୁମାର ସାମଲ ନାମକ ପ୍ରଧାନ ଶିକ୍ଷକ ବିକ୍ରି କରିଥିବା ଏକ ଭିଡିଓ ଭାଇରାଲ୍ ହୋଇଛି। ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଓ୍ବାଚମେନ ବିଦ୍ୟାଧର ଭତ୍ରାଙ୍କୁ ୩ ବସ୍ତା ଚାଉଳ ନେଵାକୁ କହି ଏକ ଦୋକାନ ରେ ବିକ୍ରି କରି ୨୫୦୦ ଟଙ୍କା ଆଣିଵାକୁ କହିଥିଲେ। ପ୍ରଧାନ ଶିକ୍ଷକ ଙ୍କ ନିର୍ଦ୍ଦେଶ ପାଇ ୩ ପକେଟ ଚାଉଳ ଧରି ଗ୍ରାମର ଏକ ଦୋକାନ ରେ ବିକ୍ରି କରି ୨୫୦୦ ଟଙ୍କା ଆଣିଥିଲେ। ବିଦ୍ୟାଳୟ ର ଚାଉଳ ବିକ୍ରି ୧୦୦ ଟଙ୍କା ୱାଚମାନ ବିଦ୍ୟାଧର ଙ୍କୁ ଦେଇ ୨୪୦୦ ଟଙ୍କା ନିଜେ ରଖିଥିଲେ ଏହା ସହ ଦଶମ ଶ୍ରେଣୀ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବାବଦ ରେ ୧୦୦ ଟଙ୍କା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି , ଉକ୍ତ ଘଟଣା କୁ ତୀବ୍ର ନିନ୍ଦା କରିଛନ୍ତି ବିଦ୍ୟାଳୟ ସଭାପତି ମାନ୍ତା ଭତ୍ରା, ଆଲୁମିନି ସଭାପତି ପ୍ରଦୀପ ନାୟକ, ଏବଂ ଗ୍ରାମବାସୀ l ପ୍ରଧାନ ଶିକ୍ଷକ ସହ ସେ ଜଣେ ଗଣିତ ଶିକ୍ଷକ ମଧ୍ୟ ଥିଲେ ଏ ପର୍ଯ୍ୟନ୍ତ କୌଣସି ଶ୍ରେଣୀ କକ୍ଷ ରେ ପାଠ ପଢ଼ାଇ ନ ଥିବା ଛାତ୍ର ଛାତ୍ରୀ ମାନେ ସମସ୍ତେ ଅଭିଯୋଗ କରିଛନ୍ତି ଓ ସମସ୍ତେ ବଞ୍ଚିତ ହୋଇଛନ୍ତି l ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରୁ ଛୁଟି ନେବା ପରେ କୈାଣସି ସହଯୋଗୀ ଶିକ୍ଷକ ଙ୍କୁ ଦାୟିତ୍ଵ ମଧ୍ୟ ଦେଇନ ଥିବା ଅଭିଯୋଗ ହେଉଛି । ପ୍ରଧାନ ଶିକ୍ଷକ ଙ୍କୁ ବିଦ୍ୟାଳୟ ରେ ଅନୁପସ୍ଥିତି ରହିବା ସହ ତାଙ୍କ ମୋବାଇଲ ସୁଈଚ ଓଫ୍ ରହିଥିବାରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହି ଘଟଣାର କିଛି ଭିଡିଓ ଭାଇରଲ ଓ ଘଟଣାର ନିନ୍ଦା ହେବା ପରେ ଜିଲ୍ଲା ବିଜ୍ଞାନ ପରିଦର୍ଶନ ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ ପାତ୍ରୀ ବିଦ୍ୟାଳୟ ଠାରେ ପହୋଞ୍ଚି ତଦନ୍ତ ଆରମ୍ୱ କରିଛନ୍ତି l ଜିଲ୍ଲା ଅଧିକାରୀ,ସଭାପତି ଏବଂ ଗ୍ରାମବାସୀ ସହ ଆଲୋଚନା କରିବା ପରେ ଏକ ଲିଖିତ ଦରଖାସ୍ତ ମଧ୍ୟ ଅଧିକାରୀ ଙ୍କୁ ଦିଆ ଯାଇଥିଲା , ପାତ୍ରୀ ବିଦ୍ୟାଳନ ସଭାପତି ମାନ୍ତା ଭତ୍ରା, ଆଲୁମିନି ସଭାପତି ପ୍ରଦୀପ ନାୟକ, ସୋମନାଥ,ଲଲିତା ପୂଜାରୀ, ରମେଶ ଭତ୍ରା, ନରେଶ ହରିଜନ, ଖଗପତି ଭତ୍ରା ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାମଲ ଙ୍କୁ ବଦଳି ଦାବୀ କରିଛନ୍ତି l

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!