ଓଡିଶା ଖବର

 *ଜଙ୍ଗଲରୁ ଗଳିତ ମୃତ ଶରୀର ଜବତ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ଅଭିଯୋଗ* 

 ବୈପାରିଗୁଡ଼ା (AKN NEWS):ଜଙ୍ଗଲ ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତ୍ୟୁ ଶରୀର ଜବତ କରିଛି ବୈପାରିଗୁଡ଼ା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ଲୋକେ । ମୃତ ବ୍ୟକ୍ତି ଜଣକ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ଗ୍ରାମର ସମ୍ବାରୁ ପୂଜାରୀ ବୟସ ପ୍ରାୟ (୫୫) ବର୍ଷ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ଦଣ୍ଡାବାଡ଼ି ଗ୍ରାମର ସମ୍ବାରୁ ପୂଜାରୀ ଅଗଷ୍ଟ ମାସ ୨୯ ତାରିଖ ଦିନ ନିଖୋଜ ହୋଇଯାଇଥିଲା। ନିଖୋଜ ହେବାପରେ ପରିବାର ଲୋକେ ଖୋଜାଖୋଜି କରିବା ସହ ସମ୍ପର୍କୀୟ ଘର ଲୋକ ମାନଙ୍କୁ ଯୋଗାଯୋଗ କରିଥିଲେ । ସମ୍ଵାରୁ କୌଣସି ସମ୍ପର୍କୀୟ ଘରେ ଯାଇନଥିବା ବେଳେ ସମ୍ବାରୁ ପୂଜାରୀଙ୍କୁ ଜୀବନରେ ମାରି ଫିଙ୍ଗି ଦେଇଥିବା ନେଇ ସମାରୁ ପୂଜାରୀଙ୍କ ପୁଅ କର୍ଣ୍ଣ ପୂଜାରୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ବୈପାରିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ବୈପାରିଗୁଡ଼ା ପୋଲିସ ତଦନ୍ତ କରି ଅଣ୍ଡରିଯଡ଼ି ଗ୍ରାମର ହରି ଭୂମିଆ ଓ ଭୀମସେନ ଭୂମିଆ (ଭୀମ)ଙ୍କୁ ଉଠାଇ ଥାନାକୁ ଆଣିଥିଲେ । ଥାନାକୁ ଆଣି ପଚରା ଉଚାରା କରିବା ପରେ ସେମାନେ ସମ୍ବାରୂ ପୂଜାରୀଙ୍କୁ ଜୀବନରେ ମାରି ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲେ । ଏହାପରେ ବୈପାରିଗୁଡ଼ା ଥାନା ଅଧିକାରୀ ଡ଼ମ୍ବୁରୁ ଧର ବାତ୍ରୀଆ ଏକ ଟିମ ଗଠନ କରି ହତ୍ୟାକାରୀ ଦୁଇଜଣ ବ୍ୟକ୍ତିଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲେ । ଖବର ପାଇ ସାଇଣ୍ଟିଫିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସାଇଣ୍ଟିଫିକ ଟିମର ତଦନ୍ତ ପରେ ପୋଲିସ ସମ୍ବାରୁ ପୂଜାରୀଙ୍କ ଗଳିତ ମୃତ୍ୟୁ ଶରୀର ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି । ତେବେ ସାମ୍ବାରୁ ପୂଜାରୀଙ୍କୁ ଜୀବନରେ ମାରି ଏକ ଜଙ୍ଗଲ ଭିତରେ ଥିବା ବଡ଼ ଝରଣା ନାଳରେ ପଥର ସହ ପତି ଦେଇଥିବା ନେଇ ଅଣ୍ଡରୀ ଯଡ଼ି ଗ୍ରାମର ହରି ଭୂମିଆ ଓ ଭୀମସେନ ଭୂମିଆ (ଭୀମ) ସ୍ବୀକାର କରିଥିବାରୁ ଘଟଣାକୁ ନେଇ ଏକ କେସ ମାମଲା ରୁଜୁକରି ହରି ଭୂମିଆ ଓ ଭୀମସେନ ଭୂମିଆ (ଭୀମ) ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!