ଓଡିଶା ଖବର

ଜନବାଦୀ କବି ଅଖିଳଙ୍କ ତୃତୀୟ ସ୍ମୃତି ସମାରୋହ ‘ଅଖିଳଙ୍କ ସାହିତ୍ଯରେ ନିଷ୍ପେଷିତ ଜନଗଣଙ୍କ ସ୍ବର’

ଜନବାଦୀ କବି ଅଖିଳଙ୍କ ତୃତୀୟ ସ୍ମୃତି ସମାରୋହ

‘ଅଖିଳଙ୍କ ସାହିତ୍ଯରେ ନିଷ୍ପେଷିତ ଜନଗଣଙ୍କ ସ୍ବର’

ବେହେରା, ଜନବାଦୀ କବି ତଥା ଔପନ୍ୟାସିକ ଅଖିଳ ନାୟକଙ୍କ ସାହିତ୍ୟ ସମାଜର ନିଷ୍ପେଷିତ ବର୍ଗଙ୍କ ପାଇଁ ଅନ୍ଧକାର ମଧ୍ୟରେ ବିଜୁଳିର ଏକ ଚମକ ସଦୃଶ, ଯାହା ବ୍ରାହ୍ମଣବାଦୀ ବିଚାରଧାରାକୁ ଭାଙ୍ଗି ଏକ ସାମ୍ୟବାଦୀ ତଥା ଜନବାଦୀ ସମାଜ ଗଠନ ଦିଗରେ ପ୍ରେରିତ କରେ। ତାଙ୍କ କବିତାର ପ୍ରତିଟି ପଙ୍କ୍ତି ଓ ଉପନ୍ୟାସର ପ୍ରତିଟି ଧାଡ଼ି ଓଡ଼ିଆ ସାହିତ୍ୟରେ ଚମକ ସୃଷ୍ଟି କରୁଥିବ ଏବଂ ଅଖିଳ ଅକ୍ଷର ଅଖିଳପ୍ରେମୀଙ୍କ ପାଇଁ ଜୀବନର ବର୍ଣ୍ଣବୋଧ ସାଜୁଥିବ ବୋଲି ଅଖିଳ ସ୍ମୃତି ସମାରୋହରେ ମତପ୍ରକାଶ ପାଇଛି। ଅଖିଳ ସାଂସ୍କୃତିକ, ସାମାଜିକ ଟ୍ରଷ୍କ ଆନୁକୂଲ୍ଯରେ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସମାରୋହ ପ୍ରାରମ୍ଭରେ କବିଙ୍କ ଜନ୍ମ ମାଟି ଜୟନ୍ତପୁର ରଏନଗୁଡା ସମାଧିପୀଠରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ମୃତିସଭାରେ ଅତିଥି ଭାବେ କବି ସୁଧୀର ମେହେର, ଆଲୋଚକ ଭାବେ ଗାଳ୍ପିକ ମନୋଜ ମହାନ୍ତି ଯୋଗ ଦେଇ କବିଙ୍କ ସାହିତ୍ଯ ଓ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସମାଜସେବୀ ଦିଗାମ୍ବର ଦୁରିଆ, କବି ନିଜୁ ପାଣିଗ୍ରାହୀ, ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ, ଜୟନ୍ତପୁର ପୂର୍ବତନ ସରପଞ୍ଚ ରମଣୀ ଦୁରିଆ, ମୂଷାପାଲି ପୂର୍ବତନ ସରପଞ୍ଚ ରଶ୍ମୀରେଖା ରାଉତ, ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଅଧ୍ୟାପକ ପଞ୍ଚାନନ ଦୁରିଆ, କବି ଅଲେଖ ଗୋପାଳ, ଯୁବ ଲେଖକ ସୁଶୀଲ କୁମାର ବାଗ, ଶିକ୍ଷକ ପ୍ରେମଲାଲ ନାଏକ, ଆଦିବାସୀ ସଂଘ ସମ୍ପାଦକ ଲଲିତ ନାଏକ, ପ୍ରକାଶ ସାଗର, ଯୁଗେଶ୍ବର ସାଗର, ସାମ୍ବାଦିକ ସୁଧିରଚନ୍ଦ୍ର ଗୋପାଳ , ଘନଶ୍ଯାମ ପଟେଲ, ସୁନୀଳ ଦୁରିଆ, ପ୍ରମୋଦ ସୁନାନୀ, ପ୍ରମୁଖ କବିଙ୍କ ଜନବାଦୀ ଲେଖନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତାଙ୍କ ସମେତ ଅତିଥିମାନେ ପୂର୍ବରୁ ଆୟୋଜିତ ମହାବିଦ୍ଯାଳୟ ସ୍ତରୀୟ ରଚନା ଓ ବତ୍କୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ସଂଗୀତା କଟା, ଦନ୍ଦ୍ରମଣି ଗୋପାଳ, ଭଞ୍ଜନୀ ଗୋପାଳ, ମଣିରାଜ ନାଏକ, ତପନ କୁମାର ନାଏକଙ୍କୁ ପୁରସ୍କୃତ କରିଥିଲେ। ସଭା ପ୍ରାରମ୍ଭରେ ନିର୍ମଳ ନାଏକଙ୍କ ଗୀତ ଓ ସଂଗୀତରେ ରାକ୍ଷୀ, ସଂଗୀତା, ହେମାଙ୍ଗିନୀ, କୋୟଲଙ୍କ ସହ ତ୍ରିବିକ୍ରମ, ମହେନ୍ଦ୍ର, କିରନ ସ୍ବାଗତ ସଂଗୀତ ଗାନ କରିଥିଲେ। ଦ୍ବିତୀୟ ଅଧିବେଶନରେ କବି ଅଖିଳ ନାୟକଙ୍କ ଉପରେ ଆଧାରିତ ଏକ ବୃତ୍ତଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହା ପରେ କବି ହେମନ୍ତ ଦଳପତିଙ୍କ ସଂଯୋଜନାରେ ୨୦ ଜଣ କବି କବିତା ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ କାମେଶ ନାଗ ପରିଚାଳନା କରିଥିବା ବେଳେ କବି ଅଖିଳ ନାୟକଙ୍କ ଭାଇ ସାମ୍ବାଦିକ ଡମ୍ବରୁଧର ନାୟକ ଓ ଚୁଳେନ୍ଦୁଭୂଷଣ ନାୟକ, ହେମନ୍ତ ନାଏକ, ଯଶୋବନ୍ତ ପାଣିଗ୍ରାହୀ, ହାକିମଚାନ୍ଦ ନାଏକ, ଖଗପତି ନାଏକ, ବିନ୍ଦୁ ବିଶି, ତରେଶ ବିଶି, କିରଣ ପାଣିଗ୍ରାହୀ, ଲୋହିତ ଦୁରିଆ, ଲିଙ୍ଗରାଜ ପାଣିଗ୍ରାହୀ, ଜଗଜୀବନ ଦୁରିଆ, ରଜତ ବଂଶଲ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ କବି, ଲେଖକ, ଗାଳ୍ପିକ, ସାମାଜିକକର୍ମୀ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!