ଓଡିଶା ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିକଶିତ ଭାରତ ସଂକଳ୍ପ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ,(ଏକେଏନ୍ ନ୍ୟୁଜ୍ )୧୫/୧୧: ପୁରୀ ଜିଲ୍ଲା ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଚଳିତ ମାସ ତୃତୀୟ ସପ୍ତାହ ରେ ଆରମ୍ଭ ହେବ।ତେଣୁ ବିଭିନ୍ନ ବିଭାଗ ବିଭିନ୍ନ ଫ୍ଲାଗ ସିପ କାର୍ଯ୍ୟକ୍ରମ ର ସଫଳତା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ ଓ ସଚେତନ କରାଇବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି।ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସଚେତନ କରିବା ଉଦ୍ଦେଶ୍ୟ ରେ ଆଜି ଠାରୁ ରାଜ୍ୟର କେତେକ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ସହ ସଚେତନତା ରଥ ପରିକ୍ରମା କରୁଛି।ପୁରୀ ଜିଲ୍ଲା ରେ ଏହି ସଂକଳ୍ପ ଯାତ୍ରା କୁ ଯେପରି ସଫଳ ଭାବେ ପରିଚାଳନା କରାଯିବ ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଉଦ୍ୟମ କରି ବାକୁ ସେ କହିଥିଲେ।ଅପରପକ୍ଷରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ତଦାରଖ ଲାଗି ଜିଲ୍ଲା ପାଇଁ ଯୁଗ୍ମ ସଚିବ ରାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।ତେଣୁ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ପ୍ରତ୍ୟେକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମ ପଞ୍ଚାୟତ,ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଜନ ସଚେତନତା ସୃଷ୍ଟି କରିବ ବୋଲି କହିଥିଲେ।ସଚେତନତା ରଥ ପ୍ରାୟ ୬୦ ଦିନ ଧରି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ପରିକ୍ରମା କରି ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବ ବୋଲି କହିଥିଲେ।ଅତି ଶୀଘ୍ର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ବୈଠକ ଆୟୋଜନ କରାଯାଇ କାର୍ଯ୍ୟକ୍ରମ ଓ ରୁଟ ପ୍ଲାନ ଚୁଡାନ୍ତ କରାଯିବ ବୋଲି ସେ ସୂଚନାଯୋଗ୍ୟ ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି, ଡୁଡା ର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି,ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ପ୍ରକଳ୍ପ ପରିଚାଳକ ତୃପ୍ତି ରାଣୀ ବଡ଼ଜେନା, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ ବିଭାଗର ଜିଲ୍ଲା ଅଧିକାରୀ ବିଶ୍ୱନାଥ ପଣ୍ଡା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!