ଓଡିଶା ଖବର
ଜିଲ୍ଲା ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ ନୂତନ ଭାବେ ମନୋନିତ

ଭୁବନେଶ୍ୱର (AKN NEWS):ରିଖ ଶୁକ୍ରବାର ଦିନ ଅପରାହ୍ନ 3ଘଟିକା ସମୟ ରେ ଜିଲ୍ଲାର ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ ର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନଙ୍କୁ ନେଇ ଜ଼ିଲ୍ଲା କଳା ସଂସ୍କୃତି ସଂଘ, ଖୋରଧା ର ପ୍ରଥମ ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ-ତଥା -ଅଧକ୍ଷ ଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଭାବେ ଶ୍ରୀ କବିରାଜ ପ୍ରଧାନ,( ଖୋରଧା ବ୍ଲକ) ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନରେ ନିର୍ବାଚିତ ହୋଇଥିଲେ l ଏହି ବୈଠକରେ ଜିଲ୍ଲାର ଲୋକକଳା କଳାକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ,ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା l ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସମ୍ପାଦକ ଏହି ବୈଠକକୁ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଲା
ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


