ଓଡିଶା ଖବର

ଜିଲ୍ଲା ସ୍ତରରେ /ସମସ୍ତ ବ୍ଲକ / ULB ରେ ଟେବୁଲ ଟପ ଅଭ୍ୟାସ ଓ ମକ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ.

ଜିଲ୍ଲା ସ୍ତରରେ /ସମସ୍ତ ବ୍ଲକ / ULB ରେ ଟେବୁଲ ଟପ ଅଭ୍ୟାସ ଓ ମକ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ.

ଖୋର୍ଦ୍ଧା :ଜିଲ୍ଲା ସ୍ତରରେ /
ସମସ୍ତ ବ୍ଲକ / ULB ରେ ବିପର୍ଯ୍ୟୟ ପରିଚାଳନା ପାଇଁ ଯଥାକ୍ରମେ 18 ଜୁନ୍ ଏବଂ 19 ଜୁନ୍ ରେ ଏକ ଟେବୁଲ୍ ଟପ୍ ବ୍ୟାୟାମ ଏବଂ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି 13 ଜୁନ୍ 2024 ରେ ଜିଲ୍ଲାପାଳ,ଚଞ୍ଚଳ ରାଣା,ଖୋର୍ଦ୍ଧା ଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ଭିଡ଼ିଓ କକ୍ଷ ଖୋର୍ଧା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଭିନ୍ନ ଲାଇନ ବିଭାଗର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏବଂ ଆଭାସି ମାଧ୍ୟମରେ
ବୈଠକରେ ଯୋଡି ହୋଇଥିବା ଵି. ଡ଼ି. ଓ /ତହସିଲଦାର ମାନଙ୍କ ସହ ବିଶଦ ଭାବେ ଆଲୋଚନା ହୋଇଥିଲା. 18 ଜୁନ ରେ ହେବାକୁ ଥିବା ଟେବୁଲ ଟପ ଅଭ୍ୟାସ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ର କି ପଦକ୍ଷେପ ରହିବ ସେସବୁର ବିଶଦ ବିବରଣୀ ବୁଲେଟ ପଏଣ୍ଟ ରେ ଉପସ୍ଥାପନା କରିବାକୁ ଜିଲ୍ଲାପାଳ ନିର୍ଦେଶ. ଦେଇଥିଲେ.
ସେହିପରି ମକଡ୍ରିଲ ଦିନ ବିଭିନ୍ନ ଯନ୍ତ୍ରପାତି / ବୋଟ ସବୁ ତ୍ରୁଟି ସଂଶୋଧନ କରେଇବାକୁ ନିର୍ଦେଶ ଦେଇଥିଲେ. ସାଇକ୍ଲୋନ୍ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଆଗାମୀ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା.
ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁରେନ୍ଦ୍ର ନାଥ ମୁର୍ମୁ,/
ଏଡିଏମ୍,ସାଫଲ୍ୟ ମଣ୍ଡିତ ପ୍ରଧାନ /ସିଡିଓ କମ ଇଓ ଜିଲା ପରିଷଦ,ଖୋର୍ଦ୍ଧା ବାଦଲ କୁମାର ମହାନ୍ତି
ଏବଂ ସବ୍କଲେକ୍ଟର,ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠି /ସବ କଲେକ୍ଟରଭୁବନେଶ୍ୱର, ସମସ୍ତ ବିଡିଏ, ତହସିଲଦାର,
ଡେପୁଟି କଲେକ୍ଟର ଜରୁରୀକାଳୀନ,
ଶ୍ରୀତପା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ବରିଷ୍ଠ ଅଧିକାରୀ
ଅଗ୍ନିଶମ ସେବା ଏବଂ ODRAF ପ୍ରମୁଖ ଉପସ୍ଥିତ ଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!