ଓଡିଶା ଖବର

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ।

ପୁରୀ ୧୧/୩ (AKN NEWS): ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇ ଥିଲା। ଏଥିରେ ମୋଟ ୯୭ ଗୋଟି ଅଭିଯୋଗ ମିଳିଥିଲା ।ଏଥିରେ ୯୦ ଗୋଟି ବ୍ୟକ୍ତିଗତ ଓ ୭ ଟି ଗ୍ରାମ ସମସ୍ୟା ସମ୍ପର୍କରେ ଥିଲା।ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ୮ ଗୋଟି ଓ ରେଡକ୍ରସରୁ ସହାୟତା ପାଇଁ ୨ ଗୋଟି ଆବେଦନ ମିଳିଥିଲା।ତତ୍କାଳୀନ ୨୦ ଗୋଟି ଅଭିଯୋଗ ର ସମାଧାନ ହୋଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ପ୍ରେରଣ କରାଯାଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି,ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ସିଡିଏମଓ ଡା ସୁଜାତା ମିଶ୍ର,ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ରଞ୍ଜନ ବେହେରା, ତହସିଲଦାର ଅଭିଷେକ ଦାଶ,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!