ଓଡିଶା ଖବର

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ।

ପୁରୀ ୨୨/୭(AKN NEWS): ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଆଜି ପୂର୍ବାହ୍ନରେ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ

୩୭ ଗୋଟି ଅଭିଯୋଗ ମିଳିଥିଲା ।ବ୍ୟକ୍ତିଗତ ୨୮,ସାମୁହିକ ୮ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗୋଟିଏ ଅଭିଯୋଗ ମିଳିଥିଲା। ସେଥିରୁ ତତ୍କାଳୀନ ଗୋଟିଏ ଅଭିଯୋଗ ର ସମାଧାନ ହୋଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା।ଅଭିଯୋଗ ଶୁଣାଣି ରେ ଏସ ପି ପିନାକ ମିଶ୍ର,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅଭିଯୋଗ ଶୁଣାଣି ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ପିପିଲି ବିଡ଼ିଓ ସରୋଜ କୁମାର ରାଉତ, ତହସିଲଦାର ଦିଲ୍ଲୀପ କୁମାର ମାଝି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଚଳିତ ମାସ ୨୯ ତାରିଖରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଗୋପ ବ୍ଲକ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦.୩୦ ଘଟିକା ରେ ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣାଣି ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ସୂଚନା ଦେଇଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!