ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ।

ନବରଙ୍ଗପୁର( AKN NEWS):ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତଥା ଜଙ୍ଗଲ ପରିବେଶ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ (ଲୋକସଭା )ବଳଭଦ୍ର ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।
ଏଥିରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଡି ଏଫ୍ ଓ ଶୁଭେନ୍ଦ୍ର କୁମାର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରେ ୨,୬୩,୨୧୦ ଚାରା ରୋପଣ କାର୍ଯ୍ୟକ୍ରମ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମସ୍ତଙ୍କୁ ଏକ ଦିବସୀୟ ବୃହତ ଚାରା ରେପଣ ଅଭିଯାନକୁ ସଫଳ କରିବା ସହିତ ଏକ ଫଟୋ ଉଠାଇ ମେରି ଲାଇଫ ପୋର୍ଟାଲ ରେ ଅପଲୋଡ କରିବାକୁ ଅନୁରୋଧ କରାଯାଇଥିଲା। ସାଂସଦ ବଳଭଦ୍ର ମାଝି ବର୍ତ୍ତମାନର ଅସନ୍ତୁଳିତ ପ୍ରଦ୍ୟୁଷଣ ପରିବେଶ ରୁ ରକ୍ଷା ପାଇବାପାଇଁ ସୁସ୍ଥ ଅମ୍ଳଜାନ ଓ ସବୁଜ ପରିବେଶର ଆବଶ୍ୟକତା ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିବସ କୁ ସ୍ମରଣୀୟ କରିବା ସହିତ ଏକ ସବୁଜ ସୁନ୍ଦର ଧରିତ୍ରୀ ର ସ୍ୱପ୍ନ କୁ ସାକାର କରିବାପାଇଁ ମା ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ କହିଥିଲେ । ଏହାପରେ ମୁଖ୍ୟ ଅତିଥି ଙ୍କ ସମସ୍ତେ ବନ ବିଭାଗର ମୀୟାୱାକି ନିକଟସ୍ତ ଔଷଧୀୟ ବଗିଚାକୁ ଯାଇ ବୃକ୍ଷ ଚାରା ରୋପଣ କରିଥିଲେ ।ଏହି ଅବସରରେ ମାନ୍ୟବର ସାଂସଦ ଶିରିଡ଼ି ସାଇ ମନ୍ଦିର ନିକଟସ୍ତ ଚିରାୟୁଁ ମେଡିକାଲ ରେ ଅନୁଷ୍ଠିତ ତେରାପନ୍ଥ ଯୁବକ ପରିଷଦ ଦ୍ଵାରା ଆୟୋଜିତ ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତ ଦାନ କରିଥିଲେ।ଏହି ଅବସରରେ ସାଂସଦ ଡ଼ାବୁ ଗାଁ ସି ଏଚ ସି ରେ ଅନୁଷ୍ଠିତ ଆଜି ଆରମ୍ଭ ହୋଇ ଥିବା “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। ଆଜି ଜିଲ୍ଲାର ସମସ୍ତ ପଞ୍ଚାୟତ,ଗ୍ରାମ, ଶିକ୍ଷାନୁଷ୍ଠାନ,ବ୍ଲକ୍,ପୌରପାଳିକା ସ୍ତରରେ ସାମୁହିକ ଭାବରେ ବୃକ୍ଷ ଚାରା ରୋପଣ କରାଯାଇଛି।
ଏଥିରେ ଜନ ପ୍ରତିନିଧି,ଜିଲ୍ଲା ପରିଷଦ ସଭ୍ୟ,ପଂଚାୟତ ସମିତି ସଭ୍ୟ,ସମିତି ସଭ୍ୟ,ସରପଞ୍ଚ, ମହା ବିଦ୍ୟାଳୟ ଓ ବିଦ୍ୟାଳୟ ଶିକ୍ଷକ, ଛାତ୍ର ଛାତ୍ରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ,ବନ ସମିତି, ସରକାରୀ କର୍ମଚାରୀ,ସ୍ବେଛାସେବୀ ସଂସ୍ଥା କର୍ମକର୍ତ୍ତା, ଜନ ସାଧାରଣ ସାମିଲ ହୋଇଥିଲେ । ଅଭୂତପୂର୍ବ ଆନନ୍ଦ ସମାରୋହରେ ଏକ ସବୁଜ ସୁନ୍ଦର ଓ ସୁସ୍ଥ ପରିବେଶ ର ଆଶା ରଖି ସମସ୍ତେ ଉତ୍ସାହ ର ସହ ଚାରା ରୋପଣ କରିଥିଲେ।ଆଜି ଜିଲ୍ଲାରେ ୭୮୪୪ ଟି ଚିହ୍ନଟ ବୃକ୍ଷ ରୋପଣ ସ୍ଥାନ ରେ ମୋଟ ୩,୪୮,୧୨୧ ଚାରା ରୋପଣ କରାଯାଇ ରେକର୍ଡ ସ୍ଥାପନ କରଯାଇଛି ଯାହାକି ୧୩୨ .୨୬ ପ୍ରତିଶତ ଅଟେ।ଜିଲ୍ଲାପାଳ ଏହି ଏକ ଦିବସୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂପୃକ୍ତ ସମସ୍ତ ଅଧିକାରୀ,କର୍ମଚାରୀ, ବ୍ୟକ୍ତି ବିଶେଷ,ଅନୁଷ୍ଠାନଙ୍କୁ ଧନ୍ୟବାଦ୍ ଦେଇଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


