ଜୁନାଗଡ଼ରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ

(AKN NEWS): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଠାରେ ଗୁରୁବାର ସକାଳ ୧୦ ଟା ରୁ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି।ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ ୧,ଶାଖା କଳାହାଣ୍ଡି ଜିଲ୍ଲା ଆନୁକୂଲ୍ୟରେ ଆଜିର ଏହି ସଭାରେ ଜିଲ୍ଲା ସଭାପତି ବିରେନ୍ଦ୍ର ବାଗ ସଭାପତିତ୍ୱ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା କେଶୋରି ଦେଓ,ସମ୍ମାନୀତ ଅତିଥି ଭାବେ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର,ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ରାଜ୍ୟ ଶିକ୍ଷକ ସଙ୍ଘ ସଭାପତି ଧୀରେନ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଚୋପଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ମାଝୀ, ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ବାଗ, ମହାସଚିବ ରାଜ୍ୟ ଫେଡେରେସନ ଚାରୁଲତା ମହାପାତ୍ର, ଉପଦେଷ୍ଟା ସଙ୍ଗୀତା ଦାସ, ହୃଦାନନ୍ଦ ଦ୍ୱିବେଦୀ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯକ୍ରମକୁ ସରୋଜ କୁମାର ଠାକୁର ପରିଚାଳନା କରିଥିଲେ।
dhramgarh upa khanda ru shyam sundar agrawal akn news


