ଜୁନାଗଡ଼ ଶକ୍ତି ପୀଠ ରେ ନବ ରାତ୍ର ର ପଞ୍ଚମ ଦିବସ ପାଳିତ

(AKN NEWS):ପଞ୍ଚମ ଦିବସରେ ଶ୍ରଦ୍ଧାଲୁ ଭକ୍ତ ମାନେ ଶକ୍ତି ପୀଠରେ ଉପସ୍ଥିତ ରହି ବେଦମାତା ଗାୟତ୍ରି ତଥା ସ୍କନ୍ଧ ମାତା ଙ୍କ ପୁଜାପାଉଥିବା ଦିବସରେ ଶଦ୍ଧାଳୁ ମାନେ ପ୍ରାର୍ଥନା ଜଣାଇବା ସହ ଆହୁତି ପ୍ରଦାନ କରିଥିଲେ lଏହି ସମାରୋହରେ ଶକ୍ତି ପୀଠ ପରିବ୍ରାଜକ ଗଣେଷ କୁମାର ଦିଜ୍ୱା ଓ ତାଙ୍କର ସହଧର୍ମୀଣି ଗଙ୍ଗୋତ୍ରି ଦିଜ୍ଵା ଆଜିର ପୂଜା ପାଠ ପରିଚାଳନା କରିଥିବା ବେଳେ ଜୁନାଗଡ଼ ଶକ୍ତି ପୀଠ ପରିଚାଳକ ଅନୀଲ କୁମାର ଅଗ୍ରୱାଲ, ଜିଲ୍ଲା କୋଡ଼ିନଟର ତପନ କୁମାର ସାହୁ,ସହ ବହୁ ସଂଖ୍ୟକ ଭାବେ ଶ୍ରଦ୍ଧାଲୁ ମହିଳା ଓ ପୁରୁଷ, ଯୁବତୀ ଯୁବକ ମାନେ ଯୋଗ ଦେଇଥିଲେ l ଗାୟତ୍ରୀ ନବରାତ୍ରିରେ ନଅଦିନ ଅନୁଷ୍ଠାନ ପାଳନ କରୁଥିବା ଗାୟତ୍ରୀ ପରିଜନ ହେଲେ କୋକସରା ବ୍ଲକରୁ ଈଶ୍ୱର ହଂସ, ରଘୁ ନାଥ ଶବର , ନରସିଂହ ପୁଝାରୀ, ସଶାଙ୍କର ମାଝୀ, ଓ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ରୁ ରୁପେଶ ପ୍ରଧାନୀ, ଫାଲଗୁନ ଭାତ୍ରା ଓ ପ୍ରଲ୍ଲାଦ ମାଝୀ ପ୍ରମୁଖ ଯୋଗ ଦେଇଥିଲେ,। ଏହି ଶୁଭ ମୁହୂର୍ତ୍ତ ରେ କଳାହାଣ୍ଡି ଜିଲ୍ଲା ରେ ଆସନ୍ତା ଡିସେମ୍ବର ମାସରେ ଶକ୍ତି ଟିଭି ପକ୍ଷରୁ ରାଜ୍ଯ ସ୍ତରୀୟ ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହେବା ପାଇଁ ଉକ୍ତ ମନ୍ଦିର ରେ ଉପସ୍ଥିତ ହୋଇ ମାଆ ଗାୟତ୍ରୀ ଙ୍କ ନିକଟରେ ଆଶ୍ରିବାଦ ନେଇଥିଲେ l କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ଜିଲ୍ଲା ବିୟୁରୁ ଚିପ ରାମ କୁମାର ସେନାପତି, ଜିଲ୍ଲା ପ୍ରତିନିଧି, କବିରାଜ ଦୂର୍ଗା, ଜିଲ୍ଲା ଉପ ପ୍ରତିନିଧି ଅଙ୍ଗଦ ନାଏକ,କଳାହାଣ୍ଡି ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି, ଟଙ୍କଧର ବିହାରୀ, ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଜନ୍ମେଜୟ ନାଏକ ପ୍ରମୁଖ ମାଁ ଙ୍କ ନିକଟରେ ପ୍ରାର୍ଥନା ଜଣାଇ ଥିଲେ lଆସନ୍ତୁ ଶୁଣିବା ପରିବ୍ରାଜକ ଗଣେଷ କୁମାର ଦୀଜ୍ୱା ଓ ଗଙ୍ଗୋତ୍ରୀ ଭଉଣୀ ଙ୍କ ପ୍ରତିକ୍ରିୟା,ରଖି ଥିଲେ
କଳାହାଣ୍ଡି ଜିଲ୍ଲା ରୁ ଟଙ୍କ ଧର ବିହାରୀ ଙ୍କ ରିପୋର୍ଟ AKN NEWS


