ଓଡିଶା ଖବର

ଜୟପାଟଣା ବ୍ଲକର ବଡଟେମେରୀ ପଞ୍ଚାୟତ ଅଧୀନରେ ବିଶିପଡ଼ା ଗ୍ରାମରେ ସରକାରୀ ଯୋଜନାରେ ହୋଇଥିବା ସୌର ଚାଳିତ ପାଣି ଯୋଜନା ହେଲା ମଧ୍ୟ ଲୋକମାନଙ୍କ ଜୀବନରେ ନାହିଁ ନିର୍ମଳ ପାଣିର ସୁବିଧା।

(AKN NEWS): ଜୟପାଟଣା ବ୍ଲକର ବଡଟେମେରୀ ପଞ୍ଚାୟତ ଅଧୀନରେ ବିଶିପଡ଼ା ଗ୍ରାମରେ ସରକାରୀ ଯୋଜନାରେ ହୋଇଥିବା ସୌର ଚାଳିତ ପାଣି ଯୋଜନା ହେଲା ମଧ୍ୟ ଲୋକମାନଙ୍କ ଜୀବନରେ ନାହିଁ ନିର୍ମଳ ପାଣିର ସୁବିଧା। କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅଧୀନ ରେ ଥିବା ବଡଟେମେରୀ ପଞ୍ଚାୟତର ବିଶିପଡ଼ା ରେ 2022 ମସିହାରେ ସରକାରଙ୍କ ଜଳ ଜୀବନ ମିଶନ ଅଧୀନରେ ଏକ ସୌର ଚାଳିତ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଗ୍ରାମର ୩୦ ପରିବାର ପାଇଁ ଏହି ପ୍ରକଳ୍ପ ଜଳ ସଂକଟ ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଇଥିଲା। କିନ୍ତୁ ଦୁଃଖର ବିଷୟ ହେଉଛି,ଯେ ଏହି ଟାଙ୍କି କେବଳ ୬ ମାସ ଚାଲି ବା ପରେ ବନ୍ଧ ହୋଇଯାଇଥିଲା। ୨୦୨୩ରୁ ଆଜି ପର୍ଯ୍ୟନ୍ତ ଏହା ଅଚଳ ଅବସ୍ଥାରେ ରହିଛି। ଫଳସ୍ୱରୂପ, ସେଠାର ଲୋକମାନେ ପୁଣି ପୁରୁଣା ଦିନକୁ ଫେରି ଯାଇଛନ୍ତି — କେହି ଦୂର ନଳା ବା ଝରଣା ଠାରୁ ପାଣି ଆଣୁଛନ୍ତି, କେହି ଅଶୁଦ୍ଧ ପାଣି ବ୍ୟବହାର କରି ରୋଗକୁ ନିମନ୍ତ୍ରଣ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ମଧ୍ୟରୁ ଅନେକଲୋକ କହିଛନ୍ତି ଯେ ଟାଙ୍କିର ମୋଟର ଓ ସୋଲାର ପ୍ଲେଟ ର ମେଣ୍ଟେନେନ୍ସ ନ ହେବାରୁ ସେଥିରୁ ପାଣି ଉଠୁନାହିଁ। ଏହି ବିଷୟରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗ୍ରାମର ଜଣେ ଜଣେ ନିବାସୀ ରାମଚନ୍ଦ୍ର ମହାନ୍ତି କହିଲେ — “ସରକାର ପାଣି ଯୋଜନା ଆଣିଥିଲେ ବୋଲି ଆମେ ଖୁସି ହୋଇଥିଲୁ। କିନ୍ତୁ ୬ ମାସ ପରେ ଟାଙ୍କି ବନ୍ଧ ହେଲା, ଏବେ ୩ ବର୍ଷ ହେଲା କେହି ଦେଖିବାକୁ ଆସୁନାହାନ୍ତି। ଆମେ ପାଣି ପାଇଁ ଏବେ ମଧ୍ୟ ହତାଶ ହେଉଛୁ।” ସ୍ଥାନୀୟ ସୂତ୍ର ଅନୁସାରେ, ଏହି ଯୋଜନା ତଳେ ସୌର ମୋଟର, ଟାଙ୍କି ଓ ପାଇପ ଲାଇନ ସହ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ନିୟମିତ ନିରୀକ୍ଷଣ ଓ ମେଣ୍ଟେନେନ୍ସ ନ ହେବାରୁ ସମଗ୍ର ପ୍ରକଳ୍ପ ଅକାର୍ଯ୍ୟ ହୋଇପଡ଼ିଛି। ଗ୍ରାମବାସୀମାନେ ଏବେ ଆଶା କରୁଛନ୍ତି ଯେ ଜିଲ୍ଲା ପ୍ରଶାସନ ଓ ଜଳବିଭାଗ ଶୀଘ୍ର ପଦକ୍ଷେପ ନେଇ ଏହି ପାଣି ଟାଙ୍କିକୁ ପୁନର୍ଜୀବିତ କରିବେ, ଯାହାଦ୍ୱାରା ଗ୍ରାମରେ ନିର୍ମଳ ପାଣି ଯୋଗାଣ ପୁନଃ ଆରମ୍ଭ ହୋଇପାରିବ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!