ଓଡିଶା ଖବର

ଜୟ ଶ୍ରୀରାମ ଜୟ ଜଗନ୍ନାଥ

(AKN NEWS): ଅଯୋଧ୍ୟାରେ ଥିବା ଓଡିଆ ବାବା ମଠ ପ୍ରାୟ 200 ରୁ୫୦୦ବର୍ଷ ରୁ ଉର୍ଦ୍ଧ୍ବ ସମୟ ତଳେ ପୁରୀରୁ ଜଣେ ସିଦ୍ଧ ସାଧୁ ଅଯୋଧ୍ୟାରେ ଏକ ବିଶାଳ,ବିରାଟ ମଠ ଓ ମନ୍ଦିର ସ୍ଥାପନ କରିଥିଲେ,(ଶ୍ରୀରାମଲଲା ମନ୍ଦିରଠାରୁ ମାତ୍ର 500ମିଟର ଦୂର)ଉକ୍ତ ମନ୍ଦିରରେ ପୂର୍ବରୁ ଗୁରୁକୂଳ,ଗୋଶାଳା,ଧର୍ମଶାଳା ଥିଲା,ବିଭିନ୍ନ ସନାତନୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା। ପୂର୍ବ ମହନ୍ତ ମହାରାଜାଙ୍କ ଶରୀର ତ୍ୟାଗ ପରେ,ଆଜି ସେହି ମଠଟି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଓ ଏହି ମଠର ସିଂହ ଭାଗ ଜାଗା କିଛି ଅସାମାଜିକ ତତ୍ତ୍ଵ କବଜାରେ କରି ରଖିଛନ୍ତି।ଶ୍ରୀ ସିଦ୍ଧ ବଳଦେବଜୀଉ,ତୁଳସୀ କ୍ଷେତ୍ର,କେନ୍ଦ୍ରାପଡ଼ା ଜିଲ୍ଲାର ନଗେନ ବିହାରୀ ନାମକ ଜଣେ ଭାଇ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ୍ ପାଇଁ ଶ୍ରୀ ସିଦ୍ଧ ବଳଦେବଜୀଉ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଠାରୁ ତାରିଖ 07/01/2024 ସାଇକେଲ ଯାତ୍ରା କରି 17/1/24 ଅଯୋଧ୍ୟାରେ ପହଞ୍ଚି ଥିଲେ।ଆଶ୍ଚର୍ଯ୍ୟ ଓ ଆଚମ୍ବିତ ରୂପେ ତାଙ୍କ ନଜରରେ ଜରାଜୀର୍ଣ୍ଣ ଅବ୍ୟବସ୍ଥାରେ ଥିବା ଓଡ଼ିଆ ମଠ ଓ ମନ୍ଦିର ଆସିଥିଲା।ଆଶ୍ରମର ସମସ୍ତ ତଥ୍ୟ,ଭୟଭୀତ ଅବସ୍ଥାରେ ଥିବା ମନ୍ଦିର ମହନ୍ତଙ୍କ ପାଖରୁ ସଂଗ୍ରହ କରି,ଉକ୍ତ ଆଶ୍ରମର ପୁନରୁଦ୍ଧାର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଆଦିତ୍ୟ ନାଥ ଯୋଗୀଜୀଙ୍କୁ ତା15/02/24ରେ ଭେଟ କରି ସାରିଛନ୍ତି ଓ ପତ୍ର ଦେଇଛନ୍ତି।ଜଣେ ମାତ୍ର ବ୍ୟକ୍ତି ସୁଦୁର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଯାତ୍ରା କରି ଧର୍ଯ୍ୟ ଓ ସାହାସର ସହିତ,ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ନିଜ ଜୀବନକୁ ବାଜି ଲଗାଇ ଆଶ୍ରମ ପୁନରୁଦ୍ଧାର ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି।ଉକ୍ତ ମନ୍ଦିର ନାମରେ ” ପରମ ପ୍ରାଚୀନ ଶ୍ରୀ ସୀତାରାମ ମନ୍ଦିର,ଓଡ଼ିଆ ବାବା ସେବା ସଂସ୍ଥା ” ନାମରେ ଟ୍ରଷ୍ଟ ରେଜିଷ୍ଟ୍ରେସନ ମଧ୍ୟ କରି ସାରିଛନ୍ତି। Trust Registration No.VI-95/ 24, Trust CirtificateNo.UP22145282666478W

ତେଣୁ ଟ୍ରଷ୍ଟର କମିଟ ଗଠନ ପାଇଁ ଓଡିଶାରୁ ସଦସ୍ୟ ଆବଶ୍ୟକ।

ଓଡ଼ିଶାରୁ କେହି ସହୃଦୟ ଧାର୍ମିକ ବ୍ୟକ୍ତି ଯଦି କମିଟିର ଆଜୀବନ ସଦସ୍ୟ ବା ସାଧାରଣ ସଦସ୍ୟ ହେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସମ୍ପୁର୍ଣ୍ଣ ବିବରଣୀ ପାଇଁ ନଗେନ୍ ଭାଇଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରନ୍ତୁ।ଏହି ମଠ ଓ ମନ୍ଦିର ଓଡ଼ିଶାର ଅସ୍ମିତା,ଗର୍ବ ଓ ଗୌରବ ଅଟେ।ଏହାକୁ ସୁରକ୍ଷିତ ଓ ସଦୁପଯୋଗ କରିବା ସମସ୍ତ ଓଡିଆ ମାନଙ୍କ କର୍ତ୍ତବ୍ୟ।ଓଡ଼ିଶାର ଜନତାଙ୍କ ସହଯୋଗ ଓ ସମର୍ଥନ ଲୋଡୁଛନ୍ତି। ଅଯୋଧ୍ୟା ଧାମରେ ଥିବା ୧୬ ହଜାର ମନ୍ଦିର ମଧ୍ୟରୁ ମୂଲ୍ୟବାନ ଓଡ଼ିଆ ମଠ ଓ ମନ୍ଦିରର ସ୍ୱତନ୍ତ୍ର ମହତ୍ତ୍ଵ, ଇତିହାସ ଅଛି।ଆଶ୍ଚର୍ଯ୍ୟର କଥା ଉକ୍ତ ମନ୍ଦିରର ସବୁ ତଥ୍ୟ ଓଡ଼ିଆ ଲୋକ ମାନଂକ ଅଗୋଚରରେ ଲୁକ୍କାୟିତ ହୋଇ ଅଛି। ଉକ୍ତ ମୂଲ୍ୟବାନ ପରମ ପ୍ରାଚୀନ ମଠ ଓ ମନ୍ଦିର ଉପରେ କିଛି ଖଳ ପ୍ରକୃତିର ଲୋକ ମାନଂକ ଲୋଲୁପ ଦୃଷ୍ଟି ରହିଛି।

ଯଦି ଓଡ଼ିଶାର ଭକ୍ତମାନେ ସମୟ ଥାଉ ଥାଉ ସତର୍କତା ଅବଲମ୍ବନ ନକରନ୍ତି,ଆସନ୍ତା ସମୟରେ ଏହି ଓଡ଼ିଆ ମଠଟି ତା’ର ଅସ୍ତିତ୍ବ ଓ ଅଧିକାର ହରାଇ ବସିବ।ଉକ୍ତ ମଠ ଓ ମନ୍ଦିର ବାହାର ପ୍ରଦେଶର ଲୋକଙ୍କ କବଜାକୁ ସମ୍ପୁର୍ଣ ଚାଲିଯିବ।ଯଦି ଉକ୍ତ ମଠ ମନ୍ଦିରରେ ବାହାର ପ୍ରଦେଶର ଲୋକ ଟ୍ରଷ୍ଟ ମେମ୍ବର ରହିବେ,ଭବିଷ୍ୟତ ପାଇଁ ଅସୁବିଧା ସୃଷ୍ଟି ହେବାର ସମ୍ଭବନାକୁ ଏଡ଼ାଇ ଯାଇ ନପାରେ।

ସବିଶେଷ ବିବରଣୀ ପାଇଁ ନଗେନ ଭାଇ ଙ୍କୁ ଫୋନ ରେ ସମ୍ପର୍କ କରିବାକୁ ଅନୁରୋଧ।

ମଠଟି ସଠିକ୍ ଭାବରେ ଉଦ୍ଧାର ଓ ପରିଚାଳନା ହୋଇ ପାରିଲେ, ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ତୀର୍ଥଯାତ୍ରୀ ମାନଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।ଆଗାମି ଦିନରେ ଅଯୋଧ୍ୟାରୁ ଓଡ଼ିଶାର ଗାଁ ଗାଁରେ ରଥ ଭ୍ରମଣ ପାଇଁ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ଗାଁ ମାନଙ୍କରୁ ସଦସ୍ୟଗଣ ଆବଶ୍ୟକ।

ସମସ୍ତଙ୍କୁ ବିନମ୍ର ନିବେଦନ, ଆପଣ ମାନଙ୍କ ସହଯୋଗ ଓ ସମର୍ଥନ ନିତ୍ୟାନ୍ତ ଆବଶ୍ୟକ 🙏🙏🙏🙏

ନିକୁଞ୍ଜ ବିହାରୀ ସାହାଣୀ 🙏🏽🙏🏽

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!