ଓଡିଶା ଖବର

ଝାରବନ୍ଧ ଉ.ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସିନାପାଲି:୦୪/୦୨ (AKN NEWS): ସିନାପାଲି ବ୍ଲକ କୁଲିଆଡୁଙ୍ଗରି କ୍ଳଷ୍ଟର ଅନ୍ତର୍ଗତ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଅନୁଷ୍ଠିତ ସଭାକାର୍ଯ୍ଯରେ ସିଆରସିସି ମହେଶ୍ୱର ଗୁଆଲ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଏବିଇଓ ପ୍ରଭାତ କୁମାର ପାତ୍ର ଓ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ୍ ଚନ୍ଦ୍ରଭାନୁ କଶ୍ୟପ ଯୋଗ ଦେଇଥିଲେ ା ସେହିପରି ସମ୍ମାନୀତ ଅତିଥି ଭାବରେ ସରପଂଚ ବେଣୁଧର ହରିଜନ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ କୁମାର ଶତପଥୀ, ଝାରବନ୍ଧ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜକୁମାର ତାଣ୍ତି, ପରିଚାଳନା କମିଟି ସଭାନେତ୍ରୀ ଯମୁନା ତାଣ୍ତି, ଶିକ୍ଷାବିତ୍ ଟଙ୍କଧର ନାଏକ, ଖଗେଶ୍ବର ନାଏକ, ରାମ ପ୍ରସାଦ ବାଗ, ପ୍ରଧାନଶିକ୍ଷକ ପବିତ୍ର ଦୁରିଆ ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚାସୀନ ଥିଲେ ା ଏ ଅବସରରେ ବିଦ୍ୟାଳୟର ଗୌରବକୁ ବୃଦ୍ଧି କରିବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନଙ୍କ ସମନ୍ବିତ ପ୍ରୟାସ ଓ କର୍ତ୍ତବ୍ଯ ବିଷୟରେ ଅତିଥିଗଣ ମତ ବ୍ଯକ୍ତ କରିଥିଲେ ା ପ୍ରାରମ୍ଭରେ ମିତ୍ରଭାନୁ ମାଝୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ା ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ। ପ୍ରଧାନ ଶିକ୍ଷକ ପବିତ୍ର ଦୁରିଆ ବିବରଣୀ ପଠନ କରିଥିଲେ । ମଂଚରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା। ଶେଷରେ ଘୁଚାଗୁଡ଼ା ଉ.ପ୍ରା. ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଜଗତ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ା କାର୍ଯ୍ଯକ୍ରମ ସଫଳତାରେ ଶିକ୍ଷକ ଡୋଳାମଣି ସେଠୀ, ଥବିର ପ୍ରଧାନ, ଚକ୍ରଧର ଧାକଡ, ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଯୁବକ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ।

ନୁଆପଡ଼ା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!