ଟିକାବାଲିରେ କଂଗ୍ରେସ ପାର୍ଥୀଙ୍କ ମାରାଥନ ପ୍ରଚାର । ପ୍ରଚାରରେ ସାମିଲ ହେଲେ ଶତାଧିକ ଯୁବକ।

ଟିକାବାଲିରେ କଂଗ୍ରେସ ପାର୍ଥୀଙ୍କ ମାରାଥନ ପ୍ରଚାର । ପ୍ରଚାରରେ ସାମିଲ ହେଲେ ଶତାଧିକ ଯୁବକ।ଦାରିଙ୍ଗବାଡ଼ି, ୧୬/୫,(AKN News): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକରେ ଜାତୀୟ କଂଗ୍ରେସ ଦଳ ତରଫରୁ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପାର୍ଥୀ ଓ କର୍ମୀମାନେ ବାଇକ୍ ରାଲିରେ ମାରାଥନ ପ୍ରଚାର କରିଥିଲେ ।
କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ସୁନିଲି କୁମାର ଭୋଇ ( କିଟୁ) ଙ୍କ ନେତୃତ୍ବରେ ବାଇକ୍ ରାଲି ହୋଇଥିଲା । ଉକ୍ତ ବାଇକ୍ ରାଲିରେ ଟିକାବାଲି ବ୍ଲକର ୧୧ ଗୋଟି ପଞ୍ଚାୟତର କଂଗ୍ରେସ କର୍ମିମାନେ ବହୁ ମାତ୍ରାରେ ଯୋଗ ପାର୍ଥୀଙ୍କ ପାଇଁ, ଅଞ୍ଚଳର ବିକାଶ ପ୍ରଗତି ପାଇଁ କଂଗ୍ରେସକୁ ଭୋଟ ଦେବା ପାଇଁ ପ୍ରଚାର ପ୍ରସାର କରିଥିଲେ ।
କନ୍ଧମାଳ ସାଂସଦ ପାର୍ଥୀ ଶ୍ରୀଯୁକ୍ତ ଅମୀର ଚାନ୍ଦ ନାୟକ, ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ କଂଗ୍ରେସ କର୍ମୀ ମାନେ ୨୦୨୪ ସାଧାରଣ ନିର୍ବାଚନରେ ଜନସାଧାରଣ ଦୁଇଟି ଭୋଟ ହାତ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ବିଜୟ ପାଇଁ ଜୋର ଜାର ପ୍ରଚାର କରିବା ସହିତ ପରିବର୍ତନ ପାଇଁ ନିବେଦନ କରିଥିଲେ l କଂଗ୍ରେସ ଦଳ ସେ ନେଇ ଏକ ବାଇକରେ ଟିକାବାଲି ବଜାର ପରିକ୍ରମା କରି ମେଡିକାଲ ଛକ ଦେଇ ତେଙ୍ଗେଡାପଥର , ତେନ୍ତୁଳିଗୋଡ, ବାଡିକିଆ , ବସ୍ତିଙ୍ଗିଆ , ଘୁଡାଗାଁ ,ବେହେରା ଗାଁ , ବିଲାବାଡା , ଟିକାବାଲିରେ ପହଂଚି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଜାତୀୟ କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାର କିପରି ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବ , ଲୋକ କେମିତି ଜାଣିପାରିବେ ସେ ନେଇ ସଚେତନତା କରିଥିଲେ l ବର୍ତ୍ତମାନ ଚାଲିଥୁବା ଦେଶର ଦୁର୍ନୀତି ଶାସନ ବିରୋଧରେ କିପରି ସ୍ୱର ଉତ୍ତଳନ କରି ସମ୍ବିଧାନ ବଞ୍ଚେଇବା, ଦେଶର ଗଣତନ୍ତ୍ରକୁ ରକ୍ଷା କରିବା, ଗରିବ ଦଳିତ, ଆଦିବାସୀ ଙ୍କ ହକ ଅଧିକାରକୁ ସାବ୍ୟସ୍ତ କରିବାକୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିବା ବେଳେ ବାଇକ୍ ରାଲିରେ ଶତାଧିକ ଯୁବକମାନେ ସାମିଲ ହିଇଥିବା ଦେଖାଯାଇଛି । ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।


