ଟୁକୁରିହାଜିରା ପଞ୍ଚାୟତରେ କୟର ବୋର୍ଡର ଦୁଇ ମାସିଆ ମହିଳା କୟର ଯୋଜନା ତାଲିମ ଅନୁଷ୍ଠିତ l

ବାଲେଶ୍ୱର (AKN NEWS):Anchor-ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଟୁକୁରୀ ହାଜିରା ପଂଚାୟତ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ସଂସ୍ଥା କୟାର ବୋର୍ଡର ବିସ୍ତାର କେନ୍ଦ୍ର ବାଲେଶ୍ୱର ଦ୍ୱାରା ମହିଳା କୟାର ଯୋଜନା ମାଧ୍ୟମରେ କୋଡିଏ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଧନ୍ଦାମୂଳକ ତାଲିମ ଭାବେ ଦୁଇମାସର କତା ରଶି ପ୍ରସ୍ତୁତି ତାଲିମ ସେପ୍ଟମ୍ବର 25 ଗୁରୁବାର ଠାରୁ ବିଧିବଦ୍ଧ ଭାବେ କାର୍ଯକ୍ରମର ଶୁଭ ଆରମ୍ଭ ହୋଇଛି l
ଆୟୋଜିତ ଉଦଘାଟନୀ ସଭାରେ ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ସାହୁ ସଭାପତିରୂପେ କାର୍ଯ୍ୟ ପରିଚାଳନା କରିଥିଲେ l ବାଲେଶ୍ୱର ବିସ୍ତାର ଜେନ୍ଦ୍ର ତରଫରୁ ଆଶିଷ କୁମାର ସ୍ୱାଇଁ ଯୋଗଦେଇ କୟର ବୋର୍ଡର ସମସ୍ତ ସେବା ଓ ଯୋଜନା ସମ୍ବଦ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ଅତିଥିଭାବେ ସମ୍ବାଦ ପ୍ରତିନିଧି ଶିଶିର କୁମାର ପ୍ରଧାନ ଯୋଗଦେଇଥିବାବେଳେ ପ୍ରଶିକ୍ଷକ ହାଡିବନ୍ଧୁ ଲେଙ୍କା ତାଲିମ ସମ୍ବଧୀୟ ବକ୍ତବ୍ୟ ପ୍ରଦାନ କରି ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ l କୃଷକ ମିତ୍ର ସୁଶାନ୍ତ ଗିରି ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ ସମାଜ ସେବି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କା ଙ୍କ ରିପୋର୍ଟ AKN NEWS


